STORYMIRROR

kahnu charan sahu

Others

3  

kahnu charan sahu

Others

ରଙ୍ଗତୂଳୀ

ରଙ୍ଗତୂଳୀ

1 min
264


ଅଢେଇ ଦିନର ଜୀବନରେ 

ଅନେକ ଅପାସୋରା ମୁହୂର୍ତ୍ତକୁ 

ବଦଳେଇବାକୁ ବାଧ୍ୟ ହୁଏ ଭାଗ୍ୟ

ସ୍ନେହ-ପ୍ରେମ, ଦୁଃଖ-ସୁଖ, ସାହସ-ଧୈର୍ଯ୍ୟର 

ମିଶ୍ରିତ ରଙ୍ଗତୂଳୀ ଧରି

ଚେଷ୍ଟା କରେ ଆଙ୍କିବାକୁ 

ନିଜ ଭିତରେ ଛୋଟ ପୃଥିବୀଟେ ।


ପ୍ରକୀର୍ଣ୍ଣ ପ୍ରକୃତି 

ହତ୍ୟା କରିବାକୁ ଆଗେଇ ଆସେ

ଦୁଇ ଆଖି ଦେଖୁଥିବା ନିରୀହ ସ୍ୱପ୍ନ !

ହଜିଯାଇଥିବା ଅତୀତ 

ଖୋଜୁଥିବା ଭବିଷ୍ୟକୁ 

ଅପେକ୍ଷା କରିବାର ଯନ୍ତ୍ରଣା

ଓଃ...! କି କଷ୍ଟଦାୟ ?

ସେ ମଣିଷ ହିଁ ଜାଣିଛି, ସହିଛି 

ହସିବାର ବାହାନାରେ ଅଜସ୍ର ଲୁହ ଲହୁ

ନିଗାଡି ଚାଲିଛି ।


ସ୍ୱାର୍ଥ ପୂର୍ଣ୍ଣ ପ୍ରଚୋଦନା

ଅବେଳକେ ପିଠିରେ ସ୍ନେହ, ସାହସର 

ଛାପ ଛାଡୁଥିବା ହାତମାନେ

ଆଗେଇ ଆସନ୍ତି ତଂଟି ଚିପିବାକୁ;

ଛାତିରେ, ପେଟରେ, ପିଠିରେ 

ଅପ୍ରକାଶିତ ପ୍ରତିବନ୍ଧକ ହୋଇ 

ଫୁଟିବାକୁ ।


ଝର୍କାରୁ ସୁନ୍ଦର ଦେଖା ଯାଉଥିବା

ସୁନ୍ଦରୀ ପୃଥିବୀରେ

ତରଙ୍ଗାୟିତ ଦୁର୍ଭେଦ୍ୟ

କାଳକ୍ରମେ ସ୍ୱାର୍ଥ ସଫଳତାର 

ଶେଷ ରାତିରେ ବିଦାୟ ନିଅନ୍ତି

ସ୍ୱାର୍ଥରେ ଉଚ୍ଛୁଳି ପଡୁଥିବା ସୁଖ

ସମ୍ପତ୍ତିର ବାସ୍ନାରେ ଚାରିପାଖେ 

ଉଡ଼ିବୁଲୁଥିବା ରୂପଧାରୀ ଭ୍ରମର

ଜରାଜୀର୍ଣ୍ଣ ପ୍ରେମିକ ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍