STORYMIRROR

Raja Sekhar CH V

Others

4  

Raja Sekhar CH V

Others

ରଙ୍ଗୀନ ଖେଳ

ରଙ୍ଗୀନ ଖେଳ

1 min
471


ବୃନ୍ଦାବନରେ ଆନନ୍ଦରେ ହୁଏ ଫଗୁଖେଳ,

ପ୍ରେମ ରଙ୍ଗରେ ଖେଳନ୍ତି ରାଧା ଗୋପାଳ,

ରଙ୍ଗବେରଙ୍ଗ ଲାଗେ ଏହି ରଙ୍ଗୀନ ଖେଳ,

ଇନ୍ଦ୍ରଧନୁର ସପ୍ତରଙ୍ଗ ସାଜେ ଯେ ଧରାତଳ |୧|


କେଉଁଠି ଦିଶେ ଲାଲ ରଙ୍ଗ,

କେଉଁଠି ଦିଶେ ନୀଳ ରଙ୍ଗ,

କେଉଁଠି ଦିଶେ ପୀତ ରଙ୍ଗ,

କେଉଁଠି ଦିଶେ ଶ୍ବେତ ରଙ୍ଗ |୨| 


ଜନଙ୍କର ହାତରେ ଅଛି ଗୁଲାଲ ଭରା ପିଚକାରି,

ପରସ୍ପର ଅବିର ସିଞ୍ଚିକି ପାଆନ୍ତି ଆନନ୍ଦ ଲହରୀ,

ବାଜା ବଜାଇ ନାଚୁଛନ୍ତି ସମସ୍ତ ପିଲା ନର ନାରୀ,

ନିଆରା ପର୍ବ ହୋଇଛି ଆମ ସମସ୍ତଙ୍କର ହୋରି |୩|



Rate this content
Log in