STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ରଙ୍ଗ ବରଷେ

ରଙ୍ଗ ବରଷେ

1 min
166


ରଙ୍ଗ ବରଷେରେ, ଫଗୁଣରେ ଫଗୁ ରଙ୍ଗ ବରଷେ

ପୁରବାସୀ ମେଳି ହୋଇ, ଚଉଦୋଳ କାନ୍ଧେ ବାହି 

ରାଧା ଗୋବିନ୍ଦ ଙ୍କୁ ନେଇ, ଗାଆଁ ଗାଆଁ ବୁଲୁଛନ୍ତି

କେଡେ ହରଷେ, ରଙ୍ଗ ବରଷେ…।।


ବହେ ମଳୟ ପବନ, ପଞ୍ଚମେ କୋଇଲି ଗାନ

ସଭିଙ୍କ ମନ ହରଷ, ଯେତେ ଅବଶୋଶ ହୋଇଛି ହରଣ,

ଫୁଟି ସୁବାସ କୁସୁମ, ମହୀ କରିଛି ମଣ୍ଡନ

ମଧୁ ପାନରେ ମଧୁପେ, ହୋଇଲେ ମଗନ

କେଡେ ହରଷେ, ରଙ୍ଗ ବରଷେ…।।


ବୀଣା ବୀଣାପାଣି ବାଇ, ଉଭା କିବା ମହାମାୟୀ

ଗୁଣୁଗୁଣୁହୋଇ ଗୀତ, ମଙ୍ଗଳସଂଗୀତ ବିଜୟେ ମାଧୋଇ,

ପୂଣ୍ୟମୟ ଶୁଭ ଏହି, ଲଗନ ଆସିଛି ଭାଇ

ରଙ୍ଗର ରୁତୁ ବସନ୍ତ, ମଣ୍ଡିଅଛି ମହୀ 

କେଡେ ହରଷେ, ରଙ୍ଗ ବରଷେ…।।


ପଳାଶ, କୃଷ୍ଣଚୂଡ଼ାର, ଫୁଲ ରାଣୀ ଏ ସମ୍ଭାର

ଶାଳ୍ମଳି ରଙ୍ଗ ରଙ୍ଗେଇ, ଦେଇଅଛି ପୁର ଦିଶଇ ସୁନ୍ଦର,

ରଧା ଗୋବିନ୍ଦ କୁଞ୍ଜରେ, ଖେଳନ୍ତି ରଙ୍ଗ ଅବିରେ

ରଙ୍ଗ ପିଚକାରୀ କରେ, ହୋଇଣ ଅଧିର

କେଡେ ହରଷେ,ରଙ୍ଗ ବରଷେ...।।


ହଳଦୀ ରଙ୍ଗ ସୁନାରି, ଫୁଲ ଦିଶେ ସୁନାପରି

ହଳଦୀବସନ୍ତ ପକ୍ଷୀ, ନୃତ୍ୟରେ ବିଭୋରେ ନାହିଁ ପଟାନ୍ତର,

ନାଲି ରଙ୍ଗରେ ହଳଦୀ, ଦେଖ ଉଠଇ ଉକୁଟି

ଅପୂର୍ବ ଚାନ୍ଦୁଆ ତଳେ, ବିଜୟ ଠାକୁର

କେଡେ ହରଷେ,ରଙ୍ଗ ବରଷେ…।।


ପ୍ରେମମୟ ରଙ୍ଗ ରୁତୁ, ବାୟୁ ମଳୟ ପର୍ବ ତୁ

ପ୍ରବାହମାନ ଧରାରେ, ଲାଗଇ ଶୀତଳ ସରବେ ମଗନ,

ପ୍ରେମ ପ୍ରୀତି ପ୍ରଣୟରେ, ମନ ଆନନ୍ଦେ ବିହ୍ଵଳେ

ରଙ୍ଗ ଖେଳ ସଙ୍ଗେ ଦେଖ, ହୋଲିକା ଦହନ

କେଡେ ହରଷେ, ରଙ୍ଗ ବରଷେ…।।



Rate this content
Log in