STORYMIRROR

Kalyani Hota

Others

3  

Kalyani Hota

Others

ରକ୍ଷାବନ୍ଧନ

ରକ୍ଷାବନ୍ଧନ

1 min
40


                      

ତୁମର ମୋର ସମ୍ପର୍କ ଡୋର

ସଦା ଅମ୍ଳାନ ଓ ନିରନ୍ତର

କେବେ ଦଣ୍ଡାୟମାନ ହେବନି ପ୍ରାଚୀର

ପିଣ୍ଡ ଥିବା ଯାଏଁ ଏହି ଶରୀର

ଗୋଟିଏ ରକ୍ତ କୁ ଭାଗ କରିଛେ

ଏକ ଅଗଣା ରେ କେତେ ଖେଳିଛେ

ଭୂଲି ନାହିଁ ଭାଇ ସେଦିନ

ଏକ ଥାଳିରେ ଖାଇଛେ ଅନ୍ନ

ସହସ୍ର ମାଇଲ୍ ଦୂରରେ ରହି

ପ୍ରତି ମୁହୂର୍ତ୍ତେ ଝୁରୁଛି ଭାଇ

ପଣତ ପାତି ମାଗୁଛି ଭିକ୍ଷା

ଆମ ସମ୍ପର୍କ କୁ ଦେବ ସୁରକ୍ଷା

ତୁମ ରକ୍ତ କାନ୍ଦିଲେ ମୋ ରକ୍ତ କାନ୍ଦେ

ତୁମ ସ୍ମୃତିକୁ ସଦା ମୁଁ ବାନ୍ଧେ

ତୁମ ନିଶ୍ଵାସେ ସଦା ମୁଁ ଯୋଡ଼ି

ନଦେବ କେବେ ମନ ରୁ କାଡି

ଯାହା ଭଲମନ୍ଦ ଖାଇଲେ ମୁହିଁ

ତୁମ ପ୍ରତିମା ନେତ୍ରେ ଝଲସଇ

ରକ୍ତ ସମ୍ପର୍କର ଏ ପରା ରୀତି

ଭାଇ ଭଉଣୀର ଅମର ପ୍ରୀତି

ପଠାଇଲି ରାକ୍ଷୀ, ମମତା ବାନ୍ଧି

ଦୂରୁ ପ୍ରଣାମୁଛି ମୁଁ କାନ୍ଦି କାନ୍ଦି

ଶୁଭାଶିଷ ର କଲ୍ୟାଣ ହାତ

ଥୋଇ ମୋ ଘରେ, କର ହିତ ।।

                 


Rate this content
Log in