ରକ୍ଷା ବନ୍ଧନ
ରକ୍ଷା ବନ୍ଧନ
1 min
37
ଦୁଇଟି କୂଳର ହିତ ସାଧନରେ
ଅବଦାନ ଯାର ଅଛି
ସର୍ବ ଗୁଣବତ୍ତା ଅଟେ ସେ ସଂସାରେ
ବିଧାତା ଗଢିଛି ବାଛି
ବାପଘରେ ଢାଳେ ସେନେହର ବାରି
ଶାଶୁଘରେ ସମର୍ପଣ
ପର ଆପଣାର ଦେଖେନାହିଁ କେବେ
ସଦା ଉତ୍ସର୍ଗିତ ପ୍ରାଣ
ରକ୍ଷା ବନ୍ଧନଟି ତାର ଭାଇ ପାଇଁ
ସତେ ପ୍ରେମମୟ ବାଣ
