STORYMIRROR

Bhagyabanta Mahaling

Others

3  

Bhagyabanta Mahaling

Others

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
472


ଭାଇ ଭଉଣୀର ଅପୂର୍ବ ସେନେହ

ରହିଥାଏ ହୃଦେ ଭରି

ସତେ କି ପ୍ରଭ ଜଗନ୍ନାଥ

ଭଉଣୀ ସୁଭଦ୍ରା ପରି ।

ରାକ୍ଷୀ ପୂର୍ଣ୍ଣିମାକୁ ଅନେଇ ରହେ

ଭଉଣୀ ଆମରି ସତେ

ରାକ୍ଷୀ ବାନ୍ଧିଲେ ଭାଇକୁ ମୋହରି

ମାଗିବି ପାଉଣା ସତେ ।

ପାଉଣା ସ୍ୱରୂପ ଭାଇ ଦେଇଥାଏ

କେତେ ଯେ ସ୍ନେହ ଆଦର

ଭଉଣୀ ଯେବେ ବିପଦରେ ପଡ଼େ

ଭାଇ କରିଥାଏ ଉଦ୍ଧାର ।

ଭାଇର ସର୍ବଦା ମଙ୍ଗଲ ପାଇଁ

ଭଉଣୀ ଚେଷ୍ଟିତ ରହେ

ଭାଇ ଭଉଣୀର ଅପୂର୍ବ ସେନେହ

ସାରା ପୃଥିବୀ ଦେଖିଥାଏ।

କେତେ ଆଦରେ ବାନ୍ଧିଦିଏ ରାକ୍ଷୀ

ଭୁଲିଯାଏ ରାଗ ରୁଷା

ଭାଇ ଭଉଣୀର ନିଗୁଡ଼ ସମ୍ପର୍କ

ନୁହେଁ ଯେ ସୂତା ଖଣ୍ଡା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍