ରଜ
ରଜ
1 min
93
ଆଜି ପରା ରଜ,ହୋଇ ସଜବାଜ
କରିବା ଆସରେ ମଉଜ...
ପୋଡପିଠା ସାଥେ ରଜପାନ ଖାଇ
ବୁଲୁଥିବା ସାରା ରାଇଜ ।।
ଦୋଳି ଖେଳୁଥିବା ଆନନ୍ଦ ମନରେ
ଗାଇ ଭଳିଭଳି ଗୀତ...
ବେଙ୍ଗୁଲୀ ସାଥିରେ ବେଙ୍ଗ ରାଜା ପରି
ଆ ଆଲୋ ବସିବା ମିତ ।।
ଭୂଇଁ ନଁଅଣ ରେ ଭୂମି ପୂଜା କରି
ମାଟିକୁ କରିବା ଅଳି...
ଏବର୍ଷ ବିଲରେ,ବାଡ଼ିରେ,ଢିଅରେ
ଫସଲ ଦେବସେ ଢାଳି ।।
ଶେଷରେ ବସୁଧା ମାଆକୁ ଗାଧେଇ
ରଜକୁ ଦେବା ବିଦାୟ...
ବସୁଧା ମାଆର ଆଶୀର୍ବାଦ ବଳେ
ହୋଇବ ପ୍ରଚୁର ଆୟ ।।
