STORYMIRROR

Sunanda Mohanty

Others

3  

Sunanda Mohanty

Others

ରଜ

ରଜ

1 min
158

ରଜ ଆସିଛି ରଜ ଆସିଛି 

ଗୋଲାପି ଓଠରୁ ହସ ନେଇ 

ସଜ୍ଜଳ ଆଖିର କଜ୍ଜ୍ୱଳ ହୋଇ 

ମୌସୁମୀଠୁ ବାସ୍ନା ନେଇ 

ବରଷାଠୁ କାଗଜ ଡ଼ଙ୍ଗା ପାଇ 

ଆଉ ସାଧବ ବୋହୂର 

ନାଲି ଠୁକୁଠୁକୁ ଚାଲି ନେଇ 

ଚେନାଏ ଚନ୍ଦନ ପରି 

ନିଖିଏ ଅଗରୁ ଭରି 

ଟିକିଏ ତୃଷା ପରି 

ଅନେକ ସ୍ୱପ୍ନ ଆଶାବରୀ 

ଦୋଳିରେ ବସି କୁଆଁରୀ 

ସ୍ୱପନେ ବିଭୋର ଭାରି 

ମାଆ ହାତ ଆରିଷା 

ପିଠା ଭିତରେ ସରସା 

ପୋଡ଼ପିଠାର ବାସ 

ବୁଢା ବୁଢ଼ୀଙ୍କ ପାକୁଆ ହସ 

ମାଟିମାଆ ବକ୍ଷରେ ଧରେ 

ଓଢଣା ଓଦା ବାରିଦରେ 

ଲାଲିମାରେ ଭରି ମୌସୁମୀ 

ଲାଗେ ପ୍ରକୃତି ରେଶମୀ 

ଘଡଘଡି ରହି ରହି ବାଜୁଛି 

ଚଡ଼ଚଡ଼ି ଡରାଉଛି 

ଡର କାହାକୁ ଭୟ କାହାକୁ 

ଇଶ୍ୱର ଅଛନ୍ତି ଚଉବାହାକୁ 

ଆଈ ଏକଥା କହୁଛି 

ଆଉ ଅଜାଙ୍କ ଚଷମା ଫାଙ୍କରୁ 

ଖବର କାଗଜ ଭିତରୁ 

ସଂସ୍କୃତି ପରମ୍ପରା କି ବଦଳିଛି 

ସନ୍ଧିକାରକ ବିଭକ୍ତିରେ 

ଲେଖିରଖିବାକୁ ଚେଷ୍ଟା ଚରିତ୍ର 

ଜାରି ରହିଛି, ଯେଣୁ ରଜ ଆସିଛି l



Rate this content
Log in