STORYMIRROR

Minakshi Samal

Others

4  

Minakshi Samal

Others

ରଜ ସଂକ୍ରାନ୍ତି

ରଜ ସଂକ୍ରାନ୍ତି

1 min
508

ରଜ ଦୋଳି କଟମଟ

ମୋ ଭାଇ ମୁଣ୍ଡରେ ସୁନା ମକୁଟ

ସୁନା ମକୁଟ ଲୋ ଦିଶୁଥାଏ ଝକମକ।


ରଜ ସଙ୍କରାନ୍ତି ଆଜି

ଅରୁଆ ଭାତ,ଡାଲମା ଓ ଭାଜି

ଶାଗ,ଖଟା,କ୍ଷିରି ଖାଇବା କରିକି ଭୋଜି।


ରଜ ସଜବାଜ ହୋଇ

ବୁଲିଯିବା ଆଜି ସାହିକି ସାହି

ପାହି ମାରିକି ଦୋଳି ଖେଳିବା ଆମେ ଯାଇ।


ରଜର ବିଡିଆ ପାନ

ବାହାରିଛି ନୂଆ ପାନ ଏସନ

ଖାଇଦେଲେ ମୁଖୁ ନିଆଁ ବାହାରଇ ପୁଣ।


ରଜରେ ଲୁଡୁ ଖେଳିବା

ସାପ,ସିଢି ଖେଳି ତାସ ଫେଣ୍ଟିବା

ସଞ୍ଜ ହେବା ଆଗୁ ପିଠା ପଣା ଖାଇଦେବା।


ରଜ ପରବ ଆମର

ରହସ୍ୟ ଅଛି ଧରଣୀ ମାଆର

ପାଳୁଅଛୁ ତେଣୁ କରି ଯତନ ଆଦର।



రచనకు రేటింగ్ ఇవ్వండి
లాగిన్