STORYMIRROR

Premasila Raut

Others

3  

Premasila Raut

Others

ରଜ ପରବ

ରଜ ପରବ

1 min
246


ଖୁସିର ସଂମ୍ଭାର ଆଣି ଆସିଥାଏ

ବରଷକୁ ଥରେ ରଜ

କୁଆରୀ ମନରେ ଅସୁମାରୀ ଆଶା

ହେବାକୁ ତ ସଜବାଜ   ।

ପାଦରେ ଅଳତା ହାତରେ ମେହେନ୍ଦି

ଗଭାରେ ରଜନୀଗନ୍ଧା

ସଜେଇ ନିଜକୁ କୁଆରୀ ସମସ୍ତେ

ହୁଅନ୍ତି ଦୋଳିରେ ବନ୍ଧା   ।

ନୂଆ ଡ୍ରେସ୍ ସାଥେ ସାଜସଜ୍ଜା କେତେ

କରନ୍ତି କୁଆରୀ ମାନେ

ଦୋଳି ଖେଳ ସାଥେ ନା ନା ଖେଳ ଖେଳି

ମଜା କରନ୍ତି ସେ ଦିନେ   ।

ଗୀତ ଗାଇ ଗାଇ ଦୋଳିରେ ଝୁଲନ୍ତି

ହସଖୁସି ମନ ନେଇ

ନାଚି ଗାଇ ଖେଳି ପାଳନ୍ତି ଯେ ରଜ

ମିଠା ପାନ ଖଣ୍ଡେ ଖାଇ   ।

କୁଆଁରୀ ମହିଲା ମିଳିମିଶି ସବୁ

ପକାଇଥାନ୍ତି ଯେ ଝୋଟି

ଘର କାମ କିଛି କରନ୍ତି ନାହିଁ ତ

କରିଥାନ୍ତି ରଜ ଖଟି   ।

ଭୋଜି ଭାତ ସାଥେ ନାନା ବ୍ୟଞ୍ଜନର

ମଣ୍ଡା କାକରା ଆରିସା

ତା ସହ ପୁଣି ପୋଡପିଠା ଖିରୀ

ହୋଇଥାଏ କେତେ ମିଶା   ।

କେଡେ ଆନନ୍ଦରେ ଏକାଠି ସଭିଏଁ

ଭୋଜନ କରି ଆଦରେ

ମଜା ମଉଜରେ ରଜ ପାଲିଥାନ୍ତ

ସମସ୍ତଙ୍କ ଘରେ ଘରେ   ।


Rate this content
Log in