ରଜ ମଉଜ
ରଜ ମଉଜ
1 min
22
ବିନ୍ଦୁଏ ଚନ୍ଦନ ଧାରରେ
ଓଁ ପରଂବ୍ରହ୍ମ କଜ୍ଜ୍ୱଳ ଗାରେ
ସ୍ୱସ୍ତି ନିଃସ୍କୃତି ସେଇ ସିନ୍ଦୂରେ
ଚମକୁଛି ଅସରା ରଜ
ଆଜି ନିଆରା ଢଙ୍ଗରେ
ଆକାଶରେ ଚନ୍ଦ୍ରମା ହସୁଛି
ପ୍ରଜାପତି ଉଡୁଛି ଭଅଁର ବୁଲୁଛି
କୌତୂହଳ ବଢିଗଲା
ତାରାଫୁଲ ଫୁଟିଗଲା
ପକ୍ଷୀମାନେ ଆସୁଥିଲେ
ଚଞ୍ଚୁରେ ଚଞ୍ଚୁ ଘଷୁଥିଲେ
ଆମ ପାଖାପାଖି ଅଞ୍ଚଳରେ
କିଏ କହିଲା ଅଛେ ଏକାନ୍ତରେ
ରଜଟା ଏଥର ପ୍ରକୃତିର ଉଦାହରଣରେ
ରଙ୍ଗର ପସରା ଅଛି ଏଠି ସେଠି ସବୁଠି
ଆମ ଭିତରେ ବାହାରେ
ସମୁଦ୍ର ଗର୍ଜ୍ଜନ ସାଥେ
ଜଗନ୍ନାଥ ହସୁଛନ୍ତି ପ୍ରତି ହୃଦୟରେ.
