ରଜ ମହକ
ରଜ ମହକ
1 min
168
ଆଷାଢ଼ର ସ୍ବର୍ଶେ ରଞ୍ଜନୀୟ ବେଶେ
ଉଲ୍ଲାସ ଧରଣୀ ମନ
ମନକୁ ସମର୍ପି ଶୀତଳ ଲଭିବ
ଶୁଦ୍ଧ କ୍ଷୀରେ ହୋଇ ସ୍ନାନ
ପ୍ରକୃତି - ପୁରୁଷ ମିଳନ ଲଭିବେ
ପ୍ରାଣୀଙ୍କ କଲ୍ୟାଣ ସାଧନେ
ମେଘ ସହ ମାଟି ହେବେ ଭେଟା ଭେଟି
ନୂତନ ସୃଷ୍ଟି ବିଧାନେ
ସୃଷ୍ଟିର ନିୟମେ ଋତୁମତୀ ପୃଥି
ପାଳିବା ପାଇଁ ସନ୍ତତି
ଗଣପର୍ବ ରଜ ଭାବ ସମ୍ପର୍କିତ
ମହାନ ଆମ ସଂସ୍କୃତି
ଶୁଭ ଲଗନର ଶୁଭ ମୁହୁର୍ତ୍ତରେ
ଉତ୍ସବ ପାଳେ ଉତ୍କଳୀ
ପ୍ରସାଧନ ପ୍ରିୟ ଉତ୍କଳର ଝିଅ
ରୂପରେ ଶୁଭ୍ର ଶେଫାଳି
ପୋଡ଼ପିଠା ପାନ ରଜର ବ୍ୟଞ୍ଜନ
ମହକେ ସାରା ମୂଲକ
ପ୍ରୀତିର ପରଶ ରଜ ସଜବାଜ
ଭରିଥାଏ ମନେ ପୁଲକ
ଅକ୍ଷୁର୍ଣ୍ଣ , ଅତୁଟ ରହୁ ପରମ୍ପରା
ସହାହୁଅ ବିଶ୍ବପାଳକ
ବିଶ୍ବେ ପରିଚିତ ହେଉଥାଉ ସଦା
ଉତ୍କଳର ଏହି ମହକ....
-
