STORYMIRROR

Akshayakumar Dash

Others

3  

Akshayakumar Dash

Others

ରଜ ହାଟ

ରଜ ହାଟ

1 min
161

ଆସୁଛି ରଜ

ଓଡ଼ିଆ ଘର ପର୍ବ

ଧାନ ବୁଣି କ୍ଷେତରେ ଧାନଗଜା

ବର୍ଷାକୁ ଅପେକ୍ଷାରେ ଚାଷୀ

ଏପାଳି ରଜ ହାଟ

କିଣିବାକୁ ହେବ ରଜ ସଉଦା

ଛେନା,ନଡିଆ,ଗୁଡ, ବିରି,ଅରୁଆ ଚ।ଉଳ

ପାଣିପରିବା, ତେଲ ଆଳୁ ପିଆଜ

ପୃଷ୍ଟି ଲୁଗାଦୋକାନରୁ କପଡା ବସ୍ତ୍ର

ଆମ୍ବ ପଣସ କଦଳି ଆହୁରି କେତେ

ଚିଠା ରେ ଅଛି ଗୁଡିକାଗଜ ସୁତା ବଣ୍ଡୁଲି

କାହାକୁ କାଟି ରଜ ପାଳିବା

ଦୋଳି ପାଇଁ ଦଉଡ଼ି ପାନ ଗୁଆ ପ।ନମସଲା

ହାଟରୁ କିଣିବା ,ଭିଡ ଭିତରେ ସାଙ୍ଗ ସାଥି

ପଦେ ଅଧେ କଥାଶୁଣି

ଘରମୁହଁ।ଇବା ।

ପୁଅଝିଅଙ୍କ ପୋଷାକ

ଭାରିଜାର ସିଲକୀ ଶାଢ଼ୀ

ଚାକର ହଳିଆଙ୍କର ଲୁଙ୍ଗିକୁ ଗାମୁଛା

ଗୋରୁ ଗାଈ ନୂଆ ପଘା

ଠାକୁର କରିଆ

ହାଟ ବାଟ ଭିଡ

ଦୋକାନୀ ଭାଇର ଖୁସି ମନ

ସକାଳୁ ରାତି ଯାଏ ବିକୁଥାଏ

ଚକାମାଡି ମହାଜନ ।

ସିଙ୍ଗାପୁର ଗୁଡାକ ପଚାଶକୁ

ଛେନ।ଖଣ୍ଡ ଶହେ ନଡ଼ିଆ ପଚିଶ

ଆମ୍ବ ସେଠି ଷାଠିଏ

ଦର ଦାମ ଯେତେ ଉଞ୍ଚା ରହିଲେ ବି

ରଜହାଟ ହେବ

କ।ଣ୍ଟଛ।ଟ କଲେ ବି କଂଟା ପ।ଞ୍ଚ ଛୁଇଁବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash