STORYMIRROR

Gunanidhi Samal

Others

3  

Gunanidhi Samal

Others

ରିମ୍ ଝିମ୍ ବର୍ଷା

ରିମ୍ ଝିମ୍ ବର୍ଷା

1 min
14

ରିମ୍ ଝିମ୍ ଝିମ୍ ବରଷା ଝରେ

ଚିକ୍ ମିକ୍ ମିକ୍ ବିଜୁଳୀ ମାରେ

              ଶୁଭୁ ଥାଏ ଘଡ଼ ଘଡ଼ି

ସାରୁଗଛ ମୂଳେ କେଁ କଟ କଟ 

              ବେଙ୍ଗ ଛାଡୁଥାଏ ରଡି ।

ଠକ ଠକ ପଡେ କୁଆ ପଥର

ରାସ୍ତା ଦୁଇଧାରେ ପାଣିର ଧାର

              ବହୁଛି ପୂବେଇ ବାଆ

ଓଦା ସରସର ଆମ ଗାଁ "ଛୁଆ

              ଭସାନ୍ତି କାଗଜ ନାଆ ।

ନାଲି ଟୁକୁ ଟୁକୁ ସାଧବ ବୋହୁ

ଥିରି ଥିରି ଧାଏଁ ରାତି ନ"ପାହୁ

              କେହିଦେଲେ ଟିକେ ଛୁଇଁ

ରୂପ ରାଇଜର ରାଜକୁମାରୀ ସେ

              ଲାଜରେ ଯାଉଛି ନଇଁ ।

ପଚର ପଚର ଗାଆଁ ଗୋହିରୀ

ପାଣି କାଦୁଅରେ ଯାଇଛି ପୁରି

              ଗୋଡ଼ ଯାଉଥାଏ ଖସି

ଜୁଇ,ଜାଇ,ହେନା,ଟଗର,ତରାଟ

              ଫୁଲ ଫୁଟି ଯାଏ ବାସି ।

ରିମ୍ ଝିମ୍ ଝିମ୍ ହେଲା ବରଷା

କ୍ଷେତରେ ଚାଲିଲା ରୁଆ ବେଉଷା

               କୁମ୍ଭାଟୁଆ ଗାଏ ଗୀତ

ବରଷା ଆମର ଜୀବନ ସାଥିରେ

               ବରଷା ଆମର ମିତ ।

              


Rate this content
Log in