STORYMIRROR

Sagar Kumar Parida

Others

4.0  

Sagar Kumar Parida

Others

ରହସ୍ୟ

ରହସ୍ୟ

1 min
255


କଟକ ଜିଲ୍ଲାର ବଡ଼ମ୍ବା ବ୍ଲକରେ

ଗୋପୀନାଥପୁର ଗ୍ରାମ,

କୂଳୁକୂଳୁ ହୋଇ ମହାନଦୀ ବହେ

ପବିତ୍ର ସୁନ୍ଦର ସ୍ଥାନ।।

ଦେବ ଦେବ ମହାଦେବ ସେହିଠାରେ

ସିଂହନାଥ ନାମ ବହି,

କିପରି ରହିଲେ ସେ ଗୂଢ ରହସ୍ୟ

କହୁଛି ମୁହିଁ ବୁଝାଇ।।

ତେତ୍ରୟା ଯୁଗରେ ରାମ ଅବତାରେ

ସ୍ୱୟଂ ପ୍ରଭୁ ନାରାୟଣ,

ନିଜ ଭାଇ ପତ୍ନୀ ଧରିଣ ସଙ୍ଗତେ

ଯାଉଥିଲେ ଏହି ସ୍ଥାନ।।

ଲକ୍ଷ୍ମଣ ଏଠାରେ ଶିବଲିଙ୍ଗ ସ୍ଥାପି

ପୂଜିଥିଲେ ପଞ୍ଚାନନ,

ସେହି ଦିନ ଠାରୁ ଗୁପତ ଭାବରେ

ଥିଲେ ଏଠି ତ୍ରିଲୋଚନ।।

ଗାଈ ଚରାଇବା ନିମନ୍ତେ ଗଉଡ଼ ପିଲା

ଗାଈ ନେଇ ଯାଏ,

କାଳି ଗାଈ ତାର ଗୋଠରେ ନ ରହି 

ଓଇ ହୁଙ୍କା ଆଡେ ଯାଏ।।

ଗଉଡ଼ ପିଲାଟି କାଳି ଗାଇଟିକୁ 

ନ ଛାଡିଲା ସେହିସ୍ଥାନ,

ଘରେ କ୍ଷୀର ଦୁହିଁ ବସିଲା ବେଳକୁ

ରକ୍ତ ଚିରରୁ ସ୍ରବଣ।।

ରହସ୍ୟ କ'ଣ ଜାଣିବା ପାଇଁକି

ବହୁ ଚେଷ୍ଟାକରାଗଲା,

ସ୍ୱପ୍ନରେ ରାଜାଙ୍କୁ ମନ୍ଦିର ତୋଳିବା

ପାଇଁ ନିର୍ଦେଶ ମିଳିଲା।।

ସେହିଦିନ ଠାରୁ ରାଜାଙ୍କ ଆଜ୍ଞାରେ

ମନ୍ଦିର ହେଲା ନିର୍ମାଣ,

ମାଳି ଲୋକମାନେ ପୂଜା କରିବାକୁ

ନିଯୁକ୍ତି କଲେ ରାଜନ।।

ବହୁତ ପ୍ରତ୍ୟକ୍ଷ ପ୍ରଭୁ ସିଂହନାଥ

ବଡ଼ମ୍ବା ଗଡ଼ ଜାତର,

ଅପୂର୍ବ ସୁଷମା ସ୍ଥଳୀ ଏହିସ୍ଥାନ

ପର୍ଯ୍ୟଟନ ଦରବାର।।

ପାହାଡ଼ ଉପର ସୀତାକୁଣ୍ଡ ଠାରୁ

ଆପେ ଆପେ ଜଳ ବୁହେ,

ଦେଖିବା ପାଇଁକି ଏହି ରହସ୍ୟକୁ

ଜନ ସମାଗମ ହୁଏ।।

ମକରସଂକ୍ରାନ୍ତି ତିନି ଦିନ ଧରି

ଯାକ ଯମକରେ ହୁଏ,

ହଜାର ହଜାର ଲୋକଙ୍କର ମେଳି

ଏହି ସ୍ଥାନେ ହୋଇଥାଏ।।



Rate this content
Log in