ରହସ୍ୟ
ରହସ୍ୟ


ରହସ୍ୟ ଆଉ ତ ରହସ୍ୟ ହେବନି
ତୁଟିବ ଯେବେ ରହସ୍ୟ,
ଦୁନିଆଁ ଦାଣ୍ତରେ ଲୋକେ କହୁଥିବେ
ଏହା ଏକ ପରା ହାସ୍ୟ |୧|
ଉପୁରି କଥାରେ ଲୋକେ ଭାସିଯାନ୍ତି
ଜାଣନ୍ତିନି କପଟତା,
ବିଶ୍ବାସ କଥାରେ ବିଷ ଦେଇକରି
ଭଣ୍ଡ କରନ୍ତି ସଠତା |୨|
ହତ୍ୟାର ରହସ୍ୟ ପରଦା ଉଠେନି
ଲିଭିଯାଏ ସଞ୍ଜସଳିତା,
ରହସ୍ୟ ଉଠିବା ବେଳକୁ ହୁଏତ
ଜୀବନଟା ଲାଗେ ପିତା |୩|
ଜନ୍ମର ରହସ୍ୟ ଦେବେ ଅଗୋଚର
ଜନ୍ମ ଜନ୍ମାନ୍ତର ପାଇଁ,
ଦେବକୀ ଗର୍ଭରେ ଶ୍ରୀକୃଷ୍ଣ ଜନମ
ଗର୍ବୀ କଂସ ବଧ ପାଇଁ |୪|
ଯାଜ୍ଞସେନୀ ପାଇଁ କୋଟୀ ବସ୍ତ୍ର ଦେଲେ
ଲଜ୍ଜା କରି ନିବାରଣ,
ମାନୀ ଦୁର୍ଯ୍ଯୋଧନ ବୁଝି ପାରିଲାନି
ବସ୍ତ୍ର ରହସ୍ୟର କାରଣ |୫|
ସ୍ତମ୍ଭରୁ ବ
ାହାରି ନୃସିଂହ ରୂପରେ
ବଧିଲ ହିରଣ୍ୟକଶିପୁ,
କେତେ ଯେ ରହସ୍ୟ ରଚିଥିଲ ଆପେ
ଉଦ୍ଧରିଲ ପୃଥ୍ବୀ ପାପୁ |୬|
ସ୍ବୟଂ ମହାପ୍ରଭୁ ରହସ୍ୟର ସୂତ୍ର
ନିଜେ ପୁଣି ସୂତ୍ରଧର,
ବିଶ୍ବ ବ୍ରହ୍ମାଣ୍ତରେ ବିରଚିଲ ପ୍ରଭୁ
ଭିନ୍ନ ଏକ ସୃଷ୍ଟିସ୍ବର |୭|
ସ୍ବୟଂ ଜଗନ୍ନାଥ ନିରାକାର ବ୍ରହ୍ମ
ଆଣାକାରେ ସେ ଆକାର,
କେହି ନ ଜାଣନ୍ତି ତାଙ୍କର ରହସ୍ୟ
ସାରା ବିଶ୍ବ ଚରାଚର |୮|
ସାମାନ୍ୟ ମଣିଷ ବୁଝି ପାରିଲାନି
ଏହି ସୃଷ୍ଟିର ରହସ୍ୟ,
ନିଜ ଗର୍ବ ଦମ୍ଭେ ଦେଖାଏ ବହପ
ଭୁଲିଯାଏ ପ୍ରଭୁ ବିଶ୍ବ |୯|
ଅନ୍ୟାୟ ଅନୀତି ସମାଜର ଗତି
ଦିନୁ ଦିନ ଯାଏ ବିଗିଡ଼ି ,
ଦିନେ କି ବୁଝନ୍ତା ସୃଷ୍ଟିର ରହସ୍ୟ
ବେଳ ଯାଉଅଛି ଗଡ଼ି |୧୦|