STORYMIRROR

Nrusingha Narayan Tripathy

Others

3  

Nrusingha Narayan Tripathy

Others

ରଘୁନାଥ ବେଶ

ରଘୁନାଥ ବେଶ

1 min
124

ରାମଚନ୍ଦ୍ର ରଘୁନାଥ ପରଂବ୍ରହ୍ମ ଜଗନ୍ନାଥ

ଜଗନ୍ନାଥ ଧାମେ ତାର ସୁନ୍ଦରବେଶ

କୌଶଲ୍ୟା କୁମର ନାଥ ପିତା ଯାର ଦଶରଥ

ରଘୁନାଥ ବେଶେ ରାମ ରାଜାଧି ବେଶ

ରଘୁନାଥ ବେଶ ଧରିଣ

ଦର୍ଶନ ଦିଅଇ ଜଗା ଆନନ୍ଦେ ଜାଣ ll


ନବମୀଯେ ଗୁରୁବାର ଶୁକ୍ଳ ଶ୍ରବଣା ମକର

 ବୈଶାଖ ନକ୍ଷେତ୍ର ପୁଷ୍ୟl ପବିତ୍ର ଦିନ

ରାମ ଅଭିଷେକ ଦିନ ରାମଚନ୍ଦ୍ର ସିଂହାସନ

ରଘୁନାଥ ବେଶେ ଭକ୍ତ କରେ ଦର୍ଶନ

ବେଶଯେ ଭୂଷଣ ଶୃଙ୍ଗାର

ନାନା ଅଳଙ୍କାରେ କାନ୍ତି କି ମନୋହର ll


ବେଶ ପ୍ରବର୍ତ୍ତକ ସେତ ରାମାନୁଜାଚାର୍ଯ୍ୟ ସନ୍ଥ

ଥିଲେ ରାମଚନ୍ଦ୍ର ଦେବ ସେ ଗଜପତି

ପ୍ରାରମ୍ଭିଲେ ରାମବେଶ ନାମ ରଘୁନାଥ ବେଶ

ରାମ କୃଷ୍ଣ ଏକ ବିଷ୍ଣୁ ଜଗତପତି

ଶଙ୍ଖକ୍ଷେତ୍ରେ ସେହି କାଳିଆ

ସ୍ମୃତିରେ ଭାବର ବେଶ ଜଗାବଳିଆ ll


ରାମବେଶେ ଜଗନ୍ନାଥ ଲକ୍ଷ୍ମଣଯେ ବଳଭଦ୍ର

ଯୋଗମାୟା ବେଶେ ଶୋଭେ ସୁଭଦ୍ରା ମାତା 

ବାମେ ଶତ୍ରୁଘ୍ନ ଭରତ ଛତ୍ର ଧରି ବଳଭଦ୍ର

ଲଷ୍ମୀଙ୍କ ପ୍ରତିମା କୋଳେ ସ୍ୱରୂପ ସୀତା

ଋଷିମାନେ ରହି ଦକ୍ଷିଣେ

ବିରଳ ବେଶଯେ ଦେଖୁ ସନ୍ତୋଷ ମନେ ll


କାଷ୍ଠଯୁକ୍ତ ହସ୍ତ ପାଦ ସିଂହାସନେ ବାମପାଦ

ବୀରାସନେ ଧନୁ ତୂରୀ କରି ଧାରଣ

ହାତ ଯୋଡି ଜାମ୍ବବାନ ବିଭୀଷଣ ହନୁମାନ

ଚାମର ଅଙ୍ଗଦ ଧରି ଦଣ୍ଡାୟମାନ

ରଘୁନାଥ ବେଶ ଦର୍ଶନ

ଦେଖିବେ ଭାଗ୍ୟରେ ଥିଲେ ସେ ଭକ୍ତଜନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍