STORYMIRROR

Jayanta Janapriya Mahakur

Others

3  

Jayanta Janapriya Mahakur

Others

ରେ ରେ ପାପୀ ମନୁଷ୍ୟ

ରେ ରେ ପାପୀ ମନୁଷ୍ୟ

1 min
122

   

ରେ ରେ ପାପୀ ମନୁଷ୍ୟ

ଦେଖିବୁ ତୁ ତୋର ସର୍ବନାଶ ର ଦୃଶ୍ୟ ।

କଳିର ଅନ୍ଧକାରେ ଯେତେକରିଛୁ ପାପ

ନିଶ୍ଚୟ ମିଳିବ ତାର ଅଭିଶାପ ।।୧।।


ଗଣି ଗଣି ଯେତେ କରିଛୁ କୁକର୍ମ

କର୍ମ ଦାଣ୍ଡେ ସବୁ ଦେଖୁଅଛି ଧର୍ମ।

କରୁଅଛୁ ଯେତେ ଗର୍ବ ଅହଙ୍କାର

ନିମିଷେ ମାତ୍ରକେ ହେବ ସବୁ ଖାର।।୨।।

ଭଲକୁ ମନ୍ଦ କରି ଯେତେ ସବୁ

ପାପ କରିଅଛୁ ରେ ମଣିଷ

ଦିନ ଆସିବ ଯେବେ ହେବ

ତୋର ସମୂଳେ ବିନାଶ ।।୩।।



ପ୍ରତିମୂହୂର୍ତ୍ତରେ କରି ବିଶ୍ବାସଘାତକତା

ତୋର କଥାରେ ପୁଣି କେଉଁ ସତ୍ୟତା

କି ନିର୍ଲଜ ଅଟେ ତୋର ଆତ୍ମା

ନିଜକୁ ବୋଲାଉ ପୁଣି ଧର୍ମାତ୍ମା ।।୪।।

ରେ ରେ ପାପୀ ମନୁଷ୍ୟ

ଦେଖିବୁ ତୁ ତୋର ସର୍ବନାଶର ଦୃଶ୍ୟ‌ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍