STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ରୌଦ୍ର ତାପେ ଉତ୍ତପ୍ତ ଧରିତ୍ରୀ

ରୌଦ୍ର ତାପେ ଉତ୍ତପ୍ତ ଧରିତ୍ରୀ

1 min
227


(ବାଟୋଇ ଭାଇ ଯାଉଛ କାହିଁ ସ୍ଵରରେ)

ପଥିକ ଭାଇ....ଯାଉଛ କାହିଁ

  ମୋ ଛାଇରେ ବସିବ କି ? (୨ଥର)

  ମୋ ଛାଇ ଶୀତଳତା ଦେବ

  ଥଣ୍ଡା ପବନ ଟିକେ ପାଇବ 

ବିଶ୍ରାମ ନେଲେ ପାଇବ ଆରାମ

ଶାନ୍ତି ଆନନ୍ଦ ଯେ ସଦା ଲଭୁଥିବ। ୦।

ଲା..ଲାଲା ଲାଲା..ଲା..ଲାଲା ଲାଲା..ଲା..ଲାଲା ଲାଲା...ଲା

   ରୌଦ୍ର ତାପରେ ଜଳେ ଦୁନିଆ

   ସତେ ଭାଟିରୁ ଉଠଇ ନିଆଁ 

ଅତି ବାଇଗଣି ରଶ୍ମିର ପ୍ରକୋପ

ସଭିଏଁ କରନ୍ତି ତ୍ରାହି ତ୍ରାହି ଡାକ। ୧।

ପଥିକ ଭାଇ.........।

   ଆହେ ମହାବାହୁ ରଖ ଏ ଜଗତ

   ରବିଙ୍କ କିରଣେ ସର୍ବେ ଯେ ଆହତ 

ମନୁଷ୍ୟକୁ ଦିଅ ସଦବୁଦ୍ଧି ଜ୍ଞାନ

କରୁ ସେ ତ ଅଧିକ ବୃକ୍ଷରୋପଣ। ୨।

ପଥିକ ଭାଇ.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍