STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ରାଣୀ ହୋଇଯାଅ

ରାଣୀ ହୋଇଯାଅ

1 min
168

ଏବେ ବି ସମୟ ଅଛି ଆହେ ମାଆ, କନ୍ୟା, ଭଉଣୀ ଗଣ,

ବୁଝିଯିବ ଯଦି ହୋଇଯିବ ରକ୍ଷା ଦେଶ, ଜାତିର ସମ୍ମାନ।୦।

ଭୋଗ୍ୟା ନୁହେଁ ତୁମେ ଯୋଗ୍ୟା ହୋଇଯାଅ ସମ୍ମାନ କରିବ ଜଗତ,

ଚାକରାଣୀ ନୁହେଁ ରାଣୀ ହୋଇଯାଅ ରହିବ ମାତୃ ଜାତି ଇଜ୍ଜତ।୧।

ସ୍ଵର୍ଣ୍ଣାକ୍ଷରେ ତୁମେ ଲେଖିଦିଅ ନୂଆ ଇତିହାସ ନୂତନ ଗାରିମା ମାନ,

ତୁମ ପାଇଁ ଅଛି ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପରି ଅନେକ ଉଦାହରଣ।୨।

ସ୍ଵାଧୀନତା ନାମେ ସ୍ଵେଚ୍ଛାଚାରିତାକୁ ଦିଅ ନାହିଁ ପ୍ରଶୟ,

ଦେଖ ବଦଳିବ ଦୃଷ୍ଟିକୋଣ ପୁଣି ଦୁନିଆ କରିବ ଭୟ।୩।

ଯଶୋଦା, ସାବିତ୍ରୀ, ଅହଲ୍ୟା,ସୀତା,ଲକ୍ଷ୍ମୀବାଈ, ଦୁର୍ଗାବତୀ,

ଇତିହାସେ ତାଙ୍କ ଲେଖା ଅଛି ନାମ ଗର୍ବ କରେ ନାରୀ ଜାତି।୪।

ପରିବାର ମୁଖ୍ୟ ବାପା ତ ଅଟନ୍ତି ମାଆ ଅଟେ ପାଟରାଣୀ,

ଜଣେ ଆରକକୁ ଛାଡ଼ି ଏ ସଂସାର ଚାଲି ନ ପାରଇ ପୁଣି।୫।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍