STORYMIRROR

Sanjya Tripathy

Others

3  

Sanjya Tripathy

Others

ରାମଙ୍କ ବନବାସ

ରାମଙ୍କ ବନବାସ

1 min
148

ଦୀର୍ଘ ଦିନର ପ୍ରତୀକ୍ଷା ପରେ

ସ୍ଵପ୍ନର ଇଲାକାରେ

ଦେଖା ହେଲା ପ୍ରଭୁ ରାମଙ୍କ ସହିତ

ପଚାରିଲି: ଭଗବାନ ! ଦେଖୁଛନ୍ତି ତ

ଆପଣଙ୍କ ଅଯୋଦ୍ୟା ଓ ଭାରତବର୍ଷକୁ ?

ଆପଣ କେଉଁଥିରେ ଖୁସି ହେବେ ?

ଗୋଟିଏ ବିବାଦୀୟ ସ୍ଥାନରେ ରାମମନ୍ଦିର ନିର୍ମିତ ହେଲେ

ଅବା ସମଗ୍ର ଭାରତବାସୀଙ୍କ ସାମୁହିକ ସୁଖସମୃଦ୍ଧିରେ ?

ରାମ ଉତ୍ତର ଦେଲେ:

ମୋ ରାଜ୍ୟରେ ବ୍ୟକ୍ତି ପୂଜା ନିରର୍ଥକ

ତେଣୁ ରାମ ମନ୍ଦିର ଏକ ପ୍ରସଙ୍ଗ ବି ହେବା କଥା ନୁହଁ

କାହିଁକି

ଏହାକୁ ଅସ୍ତ୍ର କରି

ଭାଇ ଭାଇ ଭିତରେ

ସାଂପ୍ରଦାୟିକ ବିଦ୍ୱେଷର ବୀଜ ବୁଣୁଛନ୍ତି

ମୋତେ ଆଦର୍ଶ କରିଥିବା ରାଜନେତା ଓ ପଦାଧିକାରୀ ?

କାହିଁ ମୋ ପରି ବନବାସରେ ଯାଉନାହାଁନ୍ତି ସେମାନେ ?

ତ୍ୟାଗ ଓ ଭୋଗର ଲୁଚକାଳି ଖେଳରେ

ଭୋଗ ଜିଣୁଛି କାହାପାଇଁ ?



రచనకు రేటింగ్ ఇవ్వండి
లాగిన్