STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ରାଜନୀତି

ରାଜନୀତି

1 min
436

ଏଠି ଖାଲି ନୀତିହୀନ ରାଜନୀତି

ଆଉ ନୋଟ ମିଶା ଭୋଟ,

ନେତା ସାଜିଛନ୍ତି ଅଭିନେତା ଏଠି

ଚାଲିଛି ତାମସା ନାଟ ।


ଭୋଟର ବିଚରା ବୁଝିପାରେ ନାହିଁ

କାହାକୁ ସେ ଦେବ ଭୋଟ,

ମିଛ ପ୍ରତିଶ୍ରୁତି ଦେଇ ଭୋଟ ପାଈ

ମାରନ୍ତି ଶେଷେ ଚମ୍ପଟ ।

  

ନେତାଙ୍କ ଏ ରୂପ ଅଛପା ନୁହଇ

ଏତ ତାଙ୍କ ପରମ୍ପରା

ପାଞ୍ଚଶ ହଜାର ଟଙ୍କାରେ ଏଠାରେ

ଭୋଟ କିହୁଣାଏ ପରା । 


ସ୍ତବ୍ଧ ମୁଁ ଆଜି ଦେଖି ଏ କି ରୂପ

ଭାରତର ଗଣତନ୍ତ୍ର ।

ସ୍ୱାର୍ଥାନ୍ଧ ଆଜି ନେତା ଓ ଭୋଟର

ବିପଦରେ ଗଣତନ୍ତ୍ର ।


Rate this content
Log in