STORYMIRROR

Maheswar sahoo

Others

3  

Maheswar sahoo

Others

ରାଜନୀତି ଫାଜନୀତି

ରାଜନୀତି ଫାଜନୀତି

1 min
197

ଇଂରେଜ ଶାସନେ ଦୁର୍ବଳତା ଥିଲା 

             ଶିକ୍ଷା ଦୀକ୍ଷାର ଅଭାବ

ଶିକ୍ଷିତ ସମାଜ ବୁଝିପାରେ ଆଜି 

            ରାଜନୀତିୟାଙ୍କ ସ୍ୱଭାବ

କେତେରେସପନ କେତେଯେନାଟକ 

             କରୁଅଛ ଆମ ପାଶେ

ଆମପାଇଁ ତୁମେ ହେଉଅଛ ନେତା

            ପାଉ ପାଉ ଗଲା ବର୍ଷେ .

ରାଜନୀତିୟାଙ୍କ କୁଟ କପଟ ଯେ 

              ବଢୁଛି ପ୍ରବଳ ବେଗେ

ଦସ୍ତଖତ ଗୋଟେ କରିବା ପାଇଁ କି 

            ନେତାଙ୍କ ଆଶିଷ ମାଗେ :

ମନ୍ତ୍ରୀ ମାନେ ଯଦି ନଜର ରଖନ୍ତେ 

              ତଳିଆ କର୍ମୀଙ୍କ କାମ

ଉପକୃତ ହ୍ଵନ୍ତେ ସମସ୍ତ ଜନତା 

              ହୁଅନ୍ତା ତାଙ୍କ ସୁନାମ :

ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଅଗୋଚର

             ହେଉଛି ସମାଜେ ଆଜି

ଦଳରେ ନଥିଲେ ମିଳେନି ଯୋଜନା

              ବୁଲାନ୍ତି ପାଗଳ ସାଜି :

ଘର ରାସ୍ତା ଘାଟ ସବୁ ଆସୁଅଛି 

              ପାଉନି ଗରିବ ଆଜି

କୋଠାବାଡ଼ି ଥାଇ ପାଉଛି ସେସବୁ 

              ଦଳୀୟ ନାୟକ ସାଜି :

ବ୍ରିଟିଶ ଶାସନ ପରି ଲାଗେ ଆଜି 

            କେହି ନୁଁହ ଏଠି କାହାର

ସବୁ ମାୟାରେ ବାୟା ପଇସା ପାଗଳ 

             ପେଟ ଭରିବାକୁ ଆତୁର :

ଯେଉଁ ପାର୍ଟି ଜିତୁ ପରବାୟ ନାହିଁ 

               ଦଉଡି ମରୁଛି ଗରିବ

ଆଇନି କାନୁନ ବଢି ଚାଲିଛି ହୋ

            ଜେରକ୍ସ ଧାଇଁକି ମରିବ :

ଆଜିର ଜନତା ସଜାଗ ହୁଅହେ

              ଦିନେବି ତୁମେ ଠକିବ

ଭାଇ ସାହି ମଧ୍ୟେ କଳହ ଲଗାଇ

            କେଉଁ ଯସ ତୁମେ ପାଇବ :

ଆଜିପାଉଅଛ ତେଣୁ ଧାଉଁ ଅଛ 

              ଲଢ଼ୁଛ ସାହି ଭାଇରେ

ନିଜ ଶବ ଯେବେ ପଚି ସଢ଼ୁଥିବ

           କାନ୍ଧଦେବେ ସାହି ଭାଇରେ :

ବୁଝିଲା ବେଳକୁ କିଛିଯେ ନଥିବ

             ପଡ଼ୋଶୀକୁ କରି ଦୁଷ୍ମନ

ବୋହି ଯାଇଥିବ ନେଡ଼ିଗୁଡ଼ ତୁମ

             କାଉଣୀକୁ ହୋଇ ନିମ୍ନ :

************

ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in