Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

3  

Maheswar sahoo

Others

ରାଜନୀତି ପାଲା

ରାଜନୀତି ପାଲା

1 min
307


ହସ ହସ ମୁଖ, ସ୍ୱପ୍ନ ଭରା ହୃଦ,

ଆଶା ଆକାଂକ୍ଷାକୁ ନେଇ ।

ପ୍ରତିଯୋଗିତାରେ, ହୁଅ ପ୍ରଦାର୍ପଣ,

ତର୍କ ବିତର୍କରେ ଥାଇ ।।

ବିଜୟର ଆଶା, ପଦବୀର ଆଶା,

ଆସନର ପାଇଁ ପାଲା ।

ସମୟ ସୁଅରେ, ହିଂସ୍ର ମନବୃତ୍ତି,

ପ୍ରଚାର ପ୍ରସାର ହାଲା ।।

ହାତ ଯୋଡ଼ା ଛବି, କରୁଛ ମଣ୍ଡନ,

ଚତୁର୍ଦିଗେ ରାସ୍ତା ଘାଟେ ।

ବକ୍ତବ୍ୟ ଗର୍ଜନ, ଲାଞ୍ଚ ଅର୍ଥ ଦାନ,

ମନ କିଣା ଭାବ ଫୁଟେ ।।

ଭତ୍ତା କରିଦେବି, ବାସ ଗ୍ରହ ଦେବୀ,

ପିଲାଙ୍କୁ ଚାକିରୀ ଦେବୀ ।

ଅର୍ଣ୍ଣ ଆହାର ବି, ମାଗଣାରେ ଦେବୀ,

ଆସନରେ ଯେବେ ଥିବି ।।

ମତ ଦାନ ଦିଅ, ନିଶ୍ଚୟ ଜିତାଅ,

ଭାଇ ଓ ଭଉଣୀ ମାନେ ।

ମାଆ ମାଉସୀଙ୍କୁ, ରହିଲା ମୋ ରାଣ,

ମୋହର ମାର ମୋ ଚିହ୍ନେ ।।

ଏମିତି ତ ଚାଲେ, କେତେ ପ୍ରତିଶୃତି,

ଦେଇ ଚାଲିଥାନ୍ତି ନେତା ।

ଜିତି ଗଲେ ବାବୁ, ହାରିଗଲେ ଡବୁ,

ସରିଯାଏ ସବୁ କଥା ।।

ଜିତିବା ଲୋକର, ନେତା ଗିରି ପଣେ,

ନାଗରିକ ହଇରାଣ ।

ଛିଡି ଯାଏ ଜୋତା, ବାବୁଙ୍କ ଦର୍ଶନେ,

ନେତା ଗିରିଆଙ୍କ ଟାଣ ।।

ସେହି ଅଟେ ନେତା,କଥାରେ ଅଟଳ,

ଜନତାଙ୍କ ଦୁଃଖେ ସୁଖେ ।

ନିର୍ବାଚନେ ଜିତେ, ବସେ ଆସନରେ,

ହୃଦୟ ମହାନ ରଖେ ।।

ରାଜନୀତି ପାଲା, ନିର୍ବାଚନ ବେଳେ,

ଜିତି ଗଲେ ଯାଅ ଛାଡି ।

ନେତା ବନ୍ଧୁ ତୁମେ,ହୁଅ ଦେଶସେବୀ,

ଦୟା ଧର୍ମ ପଥେ ପଡି ।।

^^^^^^^^^^^^^^^^^^^^^^^^^^^

ଲେଖକ (ମହେଶ୍ୱର ସାହୁ)

ଗୋପୀବିନ୍ଧା, ବ୍ରାହ୍ମଣଗାଁ

ବାଲେଶ୍ୱର(ଭଦ୍ରକ)


Rate this content
Log in