STORYMIRROR

Umasankar Sahu

Others

3  

Umasankar Sahu

Others

ରାବଣ ଉବାଚ

ରାବଣ ଉବାଚ

1 min
441


ହଁ, ଦଶାନନ ମୁଁ

ଦଶ ଶିର ମୋର ପରିଚୟ ଥିଲା,

ଲୁଚାଉ ନଥିଲି ମୁହିଁ

ହେ ମାନବ,ମୋତେ ଜାଳ ହେଲେ

ଜାଳିବା ଆଗରୁ ଭାଳିନିଅ ଥରେ

ତୁମ ଅନ୍ତରେ ଲୁଚାଇ ରଖିଛ

ଅଗଣିତ ମୁଖ କେଉଁ ଯଶ କୀର୍ତ୍ତି ପାଇଁ ?


ମାନୁଛି ମୁଁ ଥିଲି ଅହଙ୍କାରୀ ରାଜା

ସ୍ୱର୍ଣ୍ଣଲଙ୍କାର ପ୍ରତାପୀ ଲଙ୍କାସାଇଁ

ଭଗ୍ନୀ ଅପମାନ ପ୍ରତିଶୋଧ ଲାଗି

ପୁଷ୍ପକେ ଆଣିଲି ସୀତାଙ୍କୁ ଚୋରାଇ

ତଥାପି ଭୁଲିନି ନାରୀ ମର୍ଯ୍ୟାଦା

ରଖିଲି ତାହାଙ୍କୁ ଅଶୋକ ବନରେ ନେଇ ।।


ମୁଁ , ରାବଣ ପୋଡିର ରାବଣ କୁହଇ

ମୋତେ ଜାଳିଦିଅ ଦୁଃଖ ନାହିଁ

ହେଲେ ସର୍ତ୍ତ ରହିବ

ଜାଳୁଥିବା ଲୋକ 'ରାମ' ହିଁ ହେଉ,

ରାମ ମୁଖା ପିନ୍ଧି

ଛଦ୍ମ ରୂପୀ କେହି ରାବଣ ରହିବ ନାହିଁ ।।


'ପୁରୁଷୋତ୍ତମ' ଥିଲେ ବୋଲି ରାମ

ମନାସୁଥିଲି ମୁଁ

ରାମ ହସ୍ତେ ମୃତ୍ୟୁ ପାଇଁ

ସେହି ପରମ୍ପରା ଜାରି ରହୁ ଆଜି

ମୁଁ ଯଦି 'ପାପୀ', ମୋତେ ଜାଳିବାକୁ

'ରାମ' ଟିଏ ଆଣ

ରାମ ବେଶେ ଆନ ରାବଣର ଲୋଡ଼ା ନାହିଁ ।।


ଉମାଶଙ୍କର ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍