STORYMIRROR

Pankajini Upadhaya

Others

3  

Pankajini Upadhaya

Others

ପୂଜା ପୂଜା ଦିନ ପୂତଯୁକ୍ତ ମନ

ପୂଜା ପୂଜା ଦିନ ପୂତଯୁକ୍ତ ମନ

1 min
13.9K


ପୂଜା ପୂଜା ଦିନ ପୂତଯୁକ୍ତ ମନ

ଅନାବିଳ ପ୍ରେମ ଭାବ

ରାଜ ରାଜେଶ୍ଵରୀ ରାଜାର ନନ୍ଦିନୀ

ଜନ୍ମ ଆଜି ଅନୁଭବ।

ପ୍ରେମ ତରଙ୍ଗିଣୀ ସେ କନ୍ୟା ରମଣୀ

ପ୍ରେମର ମଉଡମଣୀ

ପ୍ରେମେହେଲେ ଉଭା କିର୍ତ୍ତୀଦାର ଗର୍ଭା

ପ୍ରେମ ନଗରୀର ରାଣୀ।

ବୃଷଭାନୁ ପିତା ବର୍ଷାଣର କର୍ତ୍ତା

ରାଜା ସେ ରାଜାଧୀଶ୍ବର

ରାଧା ଜନ୍ମ ହେଲେ ମହୀ ଚହଟିଲା

ଶୁକ୍ଳପକ୍ଷ ମଧ୍ୟାନ୍ତର ।

ଗୌରବର୍ଣ୍ଣ ଶୋଭା ନାହିଁ ତ ଉପମା

ରୂପରେ ଛୁଟୁଛି ବନ୍ୟା

ଖୁସିର ମୁହୂର୍ତ୍ତ ନାହିଁ ତା'ର ଅନ୍ତ

ଅପୂର୍ବ ରୂପସୀ କନ୍ୟା।

ଆଜିର ବାସର ଅଷ୍ଟମୀ ତିଥିର

ଦିବସର ମଧ୍ୟଭାଗ

ଜନ୍ମର ମୁହୂର୍ତ୍ତ ଦିବା ବାର ଘଡି

ସର୍ବଜନ ଏବେ ଜା।

ଜନମ ଲଭିଲା କରମ ଲେଖିଲା

କୃଷ୍ଣଙ୍କ ମନୋହାରିଣୀ

ଅପୂର୍ବ ସଂଯୋଗ ପୂର୍ବ କୃଷ୍ଣ ପକ୍ଷ

କୃଷ୍ଣ ଜନ୍ମ ତିଥି ପୁଣି।

ଭାଦ୍ରବ ମାସର ଅଷ୍ଟମୀ ବାସର

କର୍ଷଣ ମୁଖର ରାତି

କାରାଗାର ଗୃହେ ରାତ୍ର ମଧ୍ୟଭାଗେ

ଜନମିଲେ କୃଷ୍ଣ କାନ୍ତି।

ଅନ୍ଧାରରେ ଜନ୍ମ କଳା ରୂପ ବର୍ଣ୍ଣ

କଳା କୃଷ୍ଣ ସେ କହ୍ନାଇ

ରାଧା ମନୋହାରୀ ସେ ବାଙ୍କ ବିହାରୀ

ଜନ୍ମାଷ୍ଟମୀ ବାସ ନେଇ।

ନୀଳ ବର୍ଣ୍ଣ କାନ୍ତି ଅପୂର୍ବ ପ୍ରଶାନ୍ତି

ଗୋପୀ ଚିତ୍ତ ଚୋରା କୃଷ୍ଣ

ରାଧା ହୃଦହାରୀ ହୃଦୟ ବିହାରୀ

ରାଧା ଜନ୍ମେ ହୋଇତୃଷ୍ଣ।

ଆଜି ରାଧାଷ୍ଟମୀ ପାଳନ ଦିବସ

ସବୁ ମନ୍ଦିରରେ ବ୍ରତ

ଓଷା ବ୍ରତ କାର୍ଯ୍ୟ ସମାପନ କରି

ମନଧ୍ୟାନ ଶୁଦ୍ଧ ପୂତ।

କନ୍ୟା ସଂକ୍ରାନ୍ତିର ପବିତ୍ର ଦିବସ

ବିଶ୍ବକର୍ମା ପୂଜା ତିଥି

ନିର୍ମାଣ ଦେବତା ନିର୍ମାଣର କ୍ଷେତ୍ର

ପୂଜୁଛନ୍ତି ଯଥାରୀତି।

ରାଧା ଅଂଶ ଜାତ ଜଗନ୍ନାଥ ଦାସ

ଜନ୍ମ ତିଥି ପରା ଆଜି

ନବାକ୍ଷରୀ ଛାନ୍ଦେ ଲେଖି ଭାଗବତ

ରଖିଗଲେ କୀର୍ତ୍ତି ରାଜି।

ଦିବସର ଜନ୍ମ ଦିବସେ ପାଳନ

ପୂଜା କାର୍ଯ୍ୟ ସମାପନ

ମଙ୍ଗଳ କରନ୍ତୁ ସେ ମଙ୍ଗଳମୟୀ

ହେଉ ପବିତ୍ର ଜୀବନ।

ପଙ୍କଜିନୀ ଉପାଧ୍ୟାୟ ( ମିତା )

ଅରଙ୍ଗାବାଦ , ଯାଜପୁର


Rate this content
Log in