Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Children Stories Inspirational

3  

Akshayakumar Dash

Children Stories Inspirational

ପୁଷ୍ପଗିରି(ଲାଙ୍ଗୁଡ଼ି ପାହାଡ଼)

ପୁଷ୍ପଗିରି(ଲାଙ୍ଗୁଡ଼ି ପାହାଡ଼)

1 min
11.5K


  • ପାହାଡ଼ କହେ ଶୁଣିବା ଚାଲ ଲାଙ୍ଗୁଡ଼ି ଯିବା ବୁଲି
  • ଅତୀତ କଥା ମନର ବ୍ୟଥା ବଖାଣେ ନାହିଁ ଭୂଲି।
  • ପୁଷ୍ପଗିରି ବୁଦ୍ଧ କୁଁ ଧରି ଦେଶବିଦେଶ ଜନ
  • ବିହାର ଗଢି ଏଠାରେ ପଢି ଲଭିଲେ ଜ୍ଞାନ ଧନ ।
  • ବୁଦ୍ଧ ସନ୍ୟାସୀ ଆସନ୍ତି ଚାଲି ପଢ଼ାନ୍ତି କେତେ ପାଠ
  • ଗଣିତ, ବେଦ, ସାହିତ୍ୟ ଜ୍ଞାନ ଲଭନ୍ତି ଯେତେ ଚାଟ।
  • ଭୋରୁ ନିତି ସିନାନ ସାରି ଓଁ କାର ଧ୍ୱନି ଗାଇ
  • କମ୍ପାଇ ମାଟି ଜଗାଇ ପ୍ରୀତି ପ୍ରକୃତି କୋଳେ ଥାଇ ।
  • ଗେରୁଆ ବାସ ଲଣ୍ଡିତ କେଶ ଶାନ୍ତ ସ୍ଵଭାଵ ଭାଷା
  • ହୃଦୟ ପରା ପ୍ରେମରେ ଭରା ନଆସେ ଲୋଭ ଆଶା।
  • ଜୀବନ ନୁହେଁ ଭୋଗ ବିଳାସ କଷଣ ଦୁଖଃ ଖେଦ
  • ସବୁରି ପାଇଁ ମମତା ଦେଇ ପାରିଲେ ନାହିଁ ଭେଦ ।
  • ଈଶ୍ୱର ଦେଖା ଦିଅନ୍ତି ଅବା ମନ୍ତର ଦେଲେ ଗାଇ
  • ନିଜକୁ ଦେଖି ପାରିଲେ ଶିଖି ଜ୍ଞାନବି ଆସେ ଧାଇଁ ।


Rate this content
Log in