Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ

ପୁରୁଷୋତ୍ତମ ଦେବ

2 mins
4.3K


ପୁରୁଷୋତ୍ତମ ଦେବ

( 1)

(ଐତିହାସିକ କାବ୍ୟାଂଶ)

----------------------------

ପାଞ୍ଚଶ ପଚାଶ ବରଷ ତଳେ ଏ ଉତ୍କଳ ଭୂଇଁର ରାଜା,

କପିଳେନ୍ଦ୍ର ଦେବ ମହା ଆଡମ୍ବରେ ସୁଖେ ପାଳୁଥିଲେ ପ୍ରଜା।

ଭୁବନଇଶ୍ୱରଠାରେ କପିଳେନ୍ଦ୍ର ଗଢିଥିଲେ ରାଜଧାନୀ

ବଡ ଠାକୁରଙ୍କ ଆଜ୍ଞା ନେଇ ଚାଳୁଥିଲେ ଦୁର୍ଦ୍ଧର୍ଷ ବାହିନୀ।

ଗଙ୍ଗାଠାରୁ ଗୋଦାବରୀ ପରିଯନ୍ତେ ବିସ୍ତାରି ନିଜ ରାଇଜ,

ଉତ୍କଳ ମଉଡମଣି କରୁଥିଲେ ମହା ଆଟୋପରେ ରାଜ।


ଏବେ ସିନା ଜାତି ଫମ୍ପା ହୋଇଗଲା ଗୌରବ ମିଶି ମାଟିରେ,

ଦିନଥିଲା ଅର୍ଦ୍ଧ ଭାରତ ଭୁଖଣ୍ଡ ଥିଲା ଉତ୍କଳ ନାମରେ।

ଥିଲେ ସେହି ସୂର୍ଯ୍ୟବଂଶୀ ଗଜପତି ନବକୋଟୀ ପ୍ରଜାଙ୍କର,

ଗୌଡ*ରାଜ୍ୟ ଜୟକରି ନାମ ବହିଥିଲେ 'ବୀର ଗୌଡେଶ୍ୱର'।

କଳବର୍ଗ @ନାମେ ଦକ୍ଷିଣ ଭୁଖଣ୍ଡ ବାହୁବଳେ ଜୟକରି,

କଳବର୍ଗେଶ୍ୱର ନାମେ ଧ୍ୱଜା ବାନ୍ଧି ଥିଲେ ଉତ୍କଳ କେଶରୀ।

ବିଜୟ ନଗର ଅଧିକାରେ ଥିବା କର୍ଣ୍ଣାଟକକୁ ଅଧୀନ,

କରି ରାଜେଶ୍ୱର ଗର୍ବେ ବହିଥିଲେ କର୍ଣ୍ଣାଟକେଶ୍ୱର ନାମ।

ଏବେବି ଠାକୁରରାଜା ବହନ୍ତି ସେ ଉପାଧି ନିଜ ନାମରେ,

ଉତ୍କଳ ଐତିହ୍ୟ ଲୁଚି ରହିଥାଏ ସେହି ନାମଟି ପଛରେ।


ସଇନ ତାଙ୍କର ଥିଲେ ଯେତେ ତାର କରିବ କିଏ କଳନା ,

ପଦାତିକ,ଅଶ୍ୱାରୋହୀ ଗଜାରୋହୀ କରି ନହୁଏ ଗଣନା।

ଅମାପ ସମ୍ପତି ଭଣ୍ଡାରେ ତାଙ୍କର ହୀରା,ନୀଳା,ମୋତି,ମଣି,

ସହଜେ ତ ଥିଲେ ସୁନ୍ଦର କନ୍ଦର୍ପ ଯେସନେ ମଉଡମଣି।

ଜଗନ୍ନାଥଙ୍କର ପ୍ରଥମ ସେବକ ବୋଲାଉଥିଲେ ସେ ରାଜା।

ଶାନ୍ତି, ଦୟା,କ୍ଷମା ପୂର୍ଣ୍ଣ ହୃଦୟରେ ଧର୍ମେ ପାଳୁଥିଲେ ପ୍ରଜା।

ଦୁଃଖୀ ରଙ୍କୀ କେହି ନଥିଲେ ରାଇଜେ ବଡ ଠାକୁର ଦୟାରେ,

ଅମରାବତୀରୁ ବଳି ପୁରସ୍ତମ ବିରାଜୁଥିଲା ମହିରେ।


ପାତ୍ର,ମନ୍ତୀ,ମିତ୍ର,ସାମନ୍ତ ସମସ୍ତେ ଏକୁ ଆରେକ ନିପୁଣ,

ଚୋର ବା ତସ୍କର ନଥିଲେ ସେ ରାଜ୍ୟେ, ଅପାଳକ ଥିଲା ସ୍ୱପ୍ନ।

ଦାନ,ଧର୍ମେ,ଯଜ୍ଞ କର୍ମେ ରାଜା ପ୍ରଜା ରତ ଥିଲେ ନିରନ୍ତର,

ସଙ୍ଗୀତ, ସାହିତ୍ୟ,ନୃତ୍ୟ,ଗୀତ,ଶାସ୍ତ୍ର ଚର୍ଚ୍ଚାରେ ଥିଲେ ବିଭୋର।

ରାଇଜ ସୀମାନ୍ତ ଜଗି ରହିଥିଲେ କୁଶଳୀ ସଇନ ଗଣ,

ସେନାପତିଗଣ ପ୍ରଚଣ୍ଡ ଦୁର୍ଦ୍ଧର୍ଷ ଏକୁ ଆରେ ବଳୀୟାନ ।


କପିଳେନ୍ଦ୍ରଙ୍କର ପୁରୁଷୋତ୍ତମ ଯେ ସର୍ବକନିଷ୍ଠ ନନ୍ଦନ,

ସର୍ବଜ୍ୟେଷ୍ଠ ଥିଲେ 'ହମ୍ବିର' ଦୁର୍ଦ୍ଧର୍ଷ ବୀରମଧ୍ୟେ ଅଗ୍ରଗଣ୍ୟ।

ଦକ୍ଷିଣର ସବୁ ରାଜ୍ୟ ଜୟକରି ବିଜୟର ବୈଜୟନ୍ତି,

ଉଡାଇ ହମ୍ବିର କୋଣ୍ଡାବିଡୁ ଦୁର୍ଗେ କରୁଯେ ଥିଲେ ବସତି।

ଗୋଦାବରୀ ଯାଏ ସୀମା ବଢାଇଲେ ବାହାମନି ଜୟକରି,

ବିଜୟନଗର ଗର୍ବ କରି ଖର୍ବ ଫୁଙ୍କିଲେ ବିଜୟ ଭେରୀ।

ତେଲେଙ୍ଗାନା ରାଜ୍ୟ ଜୟକରି ପୁଣି ଦକ୍ଷିଣେ କାବେରୀ ଯାଏ,

କଲେ ପଦାନତ ବିଶାଳ ଭୁଖଣ୍ଡ ହମ୍ବିର ସିଂହ ପରାଏ।

ଶତ୍ରୁରକ୍ତେ ସିକ୍ତ ତରବାରୀ ଧୋଇ ହମ୍ବିର ସାଗର ନୀରେ,

ଚାହିଁ ରହିଥିଲେ କି ନିର୍ଦ୍ଦେଶ ଦେବେ କପିଳେନ୍ଦ୍ର ଏହାପରେ।

ସମ୍ବାଦ ଆସିଲା,ବଜ୍ରପାତ ହେଲା ସତେ ହମ୍ବିରଙ୍କ ଶୀରେ,

"ପୁରୁଷୋତ୍ତମଙ୍କୁ ଗଜପତି କଲେ ପିତା ଦୈବୀ ନିର୍ଦ୍ଦେଶରେ।"

ଗରଜି ଉଠିଲେ ହମ୍ବିର ଆହତ ସିଂହସମ କରି ରଡି,

ବାହୁବଳେ ଯେଉଁ ରାଜ୍ୟସେ ଜିଣିଲେ କିପରି ଦେବେ ତା ଛାଡି?

ଦୁଗ୍ଧ ପୋଷ୍ୟ ଶିଶୁ ପୁରୁଷୋତ୍ତମ ଯେ କନିଷ୍ଠ ଭ୍ରାତା ତାଙ୍କର,

ଗଜପତି ବୋଲି ତାଙ୍କ ପାଦତଳେ କିପରି ନୋଇଁବେ ଶୀର?


କ୍ରମଶଃ-----

*ଗୌଡ---ବଙ୍ଗଦେଶ

@କଳବର୍ଗ---ଆଜିକାର ଗୁଲ୍ ବର୍ଗା


Rate this content
Log in