STORYMIRROR

Akshayakumar Dash

Others

3  

Akshayakumar Dash

Others

ପୁରୁଷ

ପୁରୁଷ

1 min
189

ଫୁଲର ସୁବାସ

ଫଳରେ ସ୍ୱାଦ

ପକ୍ଷୀ ପରି ମୁକ୍ତ

ମାଟିରୁ ଘଟ

ଆକାଶ ପରି ବ୍ୟାପକ

ଭୂମିର ମୋହ

ଗଛର ମଞ୍ଜିରେ ଶରୀର ଭିତରେ

ହାଡ,ରକ୍ତ ମାଂସ ଭିତରେ

ପବନ ପରି ଜୀବନ ରେ

ପାଣି ଶୋଷ ମେଣ୍ଟିବାରେ

ଅଗ୍ନିର ଶିଖାରେ ଅଦୃଶରେ କି ଦୃଶ୍ୟରେ

ବିରାଜିତ ପୁରୁଷ ।


ନାରୀର ରୂପକୁ

ରମଣୀର ସ୍ୱଭାବକୁ

ମାଆର ମମତାକୁ

ଦୁହିତାର ଧର୍ମକୁ

ଦେଖୁଥାଏ ବି ଜଗିଥାଏ ପୁରୁଷ

କେତେବେଳେ ଅଗ୍ନିରେ ଘୃତ

ବେଳେ ବେଳେ ନିଆଁ ରେ ଜଳ

ବିଶୃଙ୍ଖଳା ଦେଖା ହେଲେ

ହଟିଯାଇଛି ମହିଷାସୁର ପରି ବଳ ।


ଦିନ କି ରାତି

ମଞ୍ଜି କି ଗଛ

ଫୁଲ କି ଫଳ

ଶରୀର କି ପ୍ରାଣ

ପ୍ରକୃତି ର ଦୃଶ୍ୟମାନ

ପୁରୁଷ ର ଦାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash