ପୁରୁଣା ଫଟୋ ଆଲବମ
ପୁରୁଣା ଫଟୋ ଆଲବମ
1 min
410
ପୁରୁଣା ଫଟୋ ଆଲବମର
ପୃଷ୍ଠା ଲେଉଟାଇଲେ
ମନରେ କେତେ ଆନନ୍ଦର ଭାବ ଆସେ
ମୁଁ କେଉଁଠି ଜେଜେମା କୋଳରେ
କାଖ ହେଉଛି
କେଉଁଠି ବାପାଙ୍କ ପିଠିରେ ଲାଉ।
କେଉଁଠି ବସିଛି ରଜ ଦୋଳିରେ ଝୁଲାଇଦେଉଥଲେ
ମୋର ଦୁଇ ଭାଇ।
ଗୋଟିଏ ଫଟୋ ବାପା ଓ ମୁଁ ବାପା
କେତେ ସୁନ୍ଦର ହସ ହସୁଛନ୍ତି।
ମୋ ବାହାଘର ବେଳର
ମାମଙ୍କ କାନ୍ଦୁରା ଫଟୋ ଦେଖିଲେ
ମା ମନର ସ୍ନେହ ଜଣା ପଡୁଛି।
ପ୍ରତି ଫଟୋଗୋଟିଏ କାହାଣି ଅଛି
ତମ ସହ ହତଗଣ୍ଠିର ଫଟୋ
ଗୋଟିଏ ନୂଆ ସମ୍ପର୍କର କଥା କୁହେ
ପୁରୁଣା ଫଟୋ ଆଲବମ ମତେ
ସ୍ମୃତିର ଦୁନିଆରେ ଭିଜେଇଦିଏ ।
