STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ପୁଂଷ ଭାବନା

ପୁଂଷ ଭାବନା

1 min
135



(ବନ୍ଦ ମାନସ ତୁ ଛନ୍ଦ ତେଜି ନନ୍ଦ ନନ୍ଦନ) ବୃତ୍ତେ

÷÷÷÷÷÷

ନବ ନବିନା କୁ ଆଜ ଯା ଦେଖିଲି

ସଢ଼ିଲା ଲାଜେ ମଦନ,, (୨ଥର) ଘୋଷା.

ଦାନ କଲା ଯାହା, ଆହା କେତେ ସୁଖ

କ୍ଷଣିକ ତେଜି ସେ ମାନ........ ୦. ପଦ.


ମନ ତୋଷି ନେଲା, ଲାଜକୁଳୀ ଲତା, ତା କୋଳେ ରଖିଣ, ମୋ ଅପଘନ,

ଘନ କୁନ୍ତଳା ଲୀଳା, କଲା ଯା ବାରେ ଖେଳା, ଖେଳ ଦେଖିଣ ସ୍ମର, ପୋତିଦେଲା ଲପନ ;

(ପଡ଼ି)

ପୀନସ୍ତନି ମୃଗାକ୍ଷୀ, କ୍ଷଣେ ମିଶାଇ ଆଖି

ଖିଆଲେ କହିଦେଲା, ମୁଁ ତୁମ ଚିରସଖୀ,

ଖସାଇଲା ବସନ, ସସ୍ନେହେ ଚିତ୍ତ ରଖି,

କ୍ଷୀଣ କଟି ହଲାଇ (୨ଥର)

ସଜରେ ସ

େ ସୁମୁଖୀ ¡

ନବ ନବିନା କୁ ଆଜ ଯା ଦେଖିଲି.......... ୧.


ରସେ ହସି ଇଷି, ପଞ୍ଚ ମନ ତୋଷି, ସାରସ ଗମନି, ସେ ବାଳା ଠାଣି,

ଠାରରେ ଭାଷି ଭାଷା, ସୁରଙ୍ଗ ଅଧରା ସେ, ସଜ କଞ୍ଜନାକ୍ଷୀ, ଅଦେହ ଦହା ଜିଣି,

(ପଡ଼ି)

ଜଞ୍ଜାଳ ହଟାଇଲା, ଲାଜ ଅପସରିଲା,

ସାରି ସୁରସେ ବନ୍ଧ, କନ୍ଦର୍ପେ ହରାଇଲା,

ଅବଳା ସିନା ବାଳା, ସୁ ବଳ ଖଟାଇଲା,

ଲାଜ ରେ ରତି ପତି (୨ଥର)

ଶରଣାଗତ ହେଲା.

ନବ ନବିନା କୁ ଆଜ ଯା ଦେଖିଲି.......... ୨.

**********************

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

କୋରାପୁଟ

9124049129


Rate this content
Log in