Priyanka Priyanka

Others

4  

Priyanka Priyanka

Others

ପଥିକଟେ ମୁଁ

ପଥିକଟେ ମୁଁ

1 min
250



ନିଶବ୍ଦ ନିର୍ଜନ ପଥରେ

ଆଶା ନିରାଶାର ଗଳି ଭିତରେ

ଅହରହ ଛାଇ ଆଲୁଅର ଖେଳରେ

ଚିନ୍ତା ଚେତନାରେ ଛନ୍ଦୀ ହୋଇ

ବନ୍ଦୀ ଭାବରେ

ଅନବରତ ଚାଲୁ ଥାଏ ମୋ ଅସ୍ତିତ୍ବ ସୀମା ଡେଇଁ,

ଅମଡ଼ା ବାଟରେ ...!


ନୀରବ ହୃଦୟ ଯନ୍ତ୍ରଣାରେ

ଛଟ ପଟ ହେଉଥାଏ

ଆଖି ଲୁହ ସବୁ ନୀଳ ବର୍ଣ୍ଣ ଦିଶୁଥାଏ  

ଆଖି ଧାରଣ କରିଥାଏ ରକ୍ତବର୍ଣ୍ଣ

ତଥାପି ନଥାଏ ଅନ୍ତ ବେଦନାର

 ସେହି ସମୟରେ ।


ତିକ୍ତ ଅନୁଭୂତି ବାରମ୍ବାର ମାନସ ପଟରେ

ପ୍ରତିଫଳିତ ହୁଅଇ

ଅତୀତର ଯନ୍ତ୍ରଣା ଭରା ପର୍ଯ୍ୟାୟ ପ୍ରଶ୍ଚ୍ୟତାପର ରୌଦ୍ରାଗ୍ନି ରେ ଜଳଇ

ନିରବତାରେ ଆଖିରୁ ଲୁହ ଝରଇ

ସ୍ଵୟଂ ଛଡ଼ା ଅସମର୍ଥ ସେହି ଲୁହର ଗଭୀରତା ମାପି କି ପାରଇ

ନା ସେହି କଷ୍ଟକୁ କେହି ଅନୁଭବ କରିବାକୁ ସକ୍ଷମ ହୁଅଇ

କେବଳ ଅସହ୍ୟ ମନରେ ଆନ୍ଦୋଳନରେ 

ଘାରି ହେଉଥାଇ ।


ହୃଦୟର ବନ୍ଦ କୋଠରୀରେ

କେବଳ ନିଜ ଲୁହ ହିଁ ମିଳଇ

ଯନ୍ତ୍ରଣାର କଷ୍ଟ ସହ୍ୟ କରି ପାଦ

ଆଗକୁ ଚାଲଇ ।


ସତ ପ୍ରଚେଷ୍ଟା ପରେ ବି ସ୍ଥିର ଅପାସୋରା ଅତୀତ

ନା ସେ ଶୁଣିପାରେ ମୋ ନିରବତାର ଆର୍ତ୍ତନାଦ 

ନା ସେ ବୁଝିପାରେ ଅନ୍ତରର ଅବଷାଦକୁ

ନା ପଢିପାରେ କୋହ ଭରା

ହୃଦୟ ଯନ୍ତ୍ରଣାର ଲୁହଭରା ଜୀବନକୁ ,

ନା ସେ ଫେରାଇ ଆଣିପାରେ ଅତୀତକୁ

ସ୍ମୃତି ହୋଇ ତାଜା କରିଥାଏ କ୍ଷତକୁ ।

ଅତୀତର ଗ୍ଳାନିରେ ନୀତି ଝୁରି ମରିବାକୁ । 


ଯେବେ ଯେବେ ମନେପଡେ

ଅସରନ୍ତି ଆଶା ଅମାପ ସ୍ୱପ୍ନ

ନିସଙ୍ଗତାର ମୁହୂର୍ତ୍ତକୁ,

ସବୁକିଛି ବିଲୀନ ପ୍ରାୟ

ତଥାପି ସାଇତିଛି ଅତୀତ 

ବତୁରା ଆଖି ସ୍ଥିରୀକୃତ ହୃଦୟର ତାନ ।


ନିଶବ୍ଦ ନିର୍ଜନ ଗଳି ଭିତରେ

ପାଇବାର ପ୍ରତ୍ୟାଶା ଅବା ଆଙ୍କାକ୍ଷା ହରେଇବାର ଆଶଙ୍କାକୁ ପର କରି

ମାଡି ଚାଲିଥାଏ ମୁଁ ଆଗକୁ ।

ଜୀବନ ଚଲାପଥରେ ପଥିକ ଟିଏ ସାଜି ।।




Rate this content
Log in