ଲଜ୍ୟା
ଲଜ୍ୟା
ଲଜ୍ୟା ର ସଂଜ୍ଞା ଖୋଜ ତ ଥରେ
ମହାଭାରତ ଅବା ରାମାୟଣ ରେ
ଖୋଜ ପୁଣି ଯାଇ ଶିକ୍ଷିତ ସମାଜରେ
ମାଟି ରେ ମାଟି ହେଇ ବଞ୍ଚୁଥିବା ଦରଦି ମଣିଷ ପାଖରେ।
ଲଜ୍ୟା ହିନ ସମାଜରେ କଳଙ୍କିତ ପ୍ରହସନ
ଲଜ୍ୟା କେବେ ଥିଲା ଅମୂଲ୍ୟ ର ରତ୍ନ।
ଲଜ୍ୟା ଶିଳ ବ୍ୟକ୍ତି,
ନ କରେ ଘୁଣ୍ୟ କାମ
ଲଜ୍ଜା ପରା ନାରୀର ଅଳଙ୍କାର ନାମ ।
ନିର୍ଲଜ ରାବଣ ଅତି ଲୋଭେ କରିଥିଲା
ମାତା ସୀତା ଙ୍କୁ ହରଣ
ଅଲାଜୁକ ଦୁଃସାଶନ କୁରୁ ସଭା ସ୍ଥଳେ କଲା,
ସାମ୍ରାଜ୍ଞୀ ଦୌପଦୀ ର ବସ୍ତ୍ର ହରଣ
ଧର୍ମର ଦ୍ୱାହି ଦେଇ ଧର୍ଯ୍ୟର ଉଲଙ୍ଘନ
ଦ୍ଵାପର, ତ୍ରେତୟା ରେ ମଧ୍ୟ ନଥିଲା ଲଜ୍ଜା ର ଅବସାନ ।
ଉଗ୍ର ଆଧୁନିକା ଆଜିର ନାରୀ ନାହିଁ
ଲଜ୍ୟା ଅର୍ଦ୍ଧ ନଗ୍ନ ହେଇ ବୁଲଇ ମନରେ ଉଚ୍ଚ ଶିକ୍ଷିତ ବୋଲାଇ
ଲଜ୍ୟା ହିନ ମଣିଷ ବେଭି ଚାର କରି ଚରିତ୍ର ନାଶ କରଇ
ଯୁବକ ଯୁବତୀ ମଧ୍ୟ ରେ ଚୋରା ପିରତି ଚାଲଇ
ସମାଜକୁ କଳୁଷିତ କରଇ ।
କୁ କାର୍ଯ୍ୟ ରେ ଲିପ୍ତ ହେବା ଲଜ୍ୟା ର ଲକ୍ଷଣ, ସାଧୁ- ଭଦ୍ରା - ଗୁଣି ସର୍ବେ ଲଜ୍ୟା ର ବସ ହୁଅନ୍ତି ଜନ ।
ଲଜ୍ୟା ଶିଳ ବ୍ୟକ୍ତି ଗୃହରେ ଲକ୍ଷ୍ମୀ ପାଆନ୍ତି ସମ୍ମାନ
ଗୃହିଣୀ ଭାବରେ ସଦା ରଖେ ଆତ୍ମ ଅଭିମାନ।
ତାହାକୁ ଦିଅନ୍ତି ଉପ ଯୁକ୍ତ ସମ୍ମାନ
ବେଶ ଭୂଷା ପରି ପାଟିରେ ନାରୀ ଦେବୀ ସମାନ।
ଦିବ୍ୟ ଅଭୂଷଣ ଲଜ୍ୟା ଟେ ନାରୀ ପାଇଁ
ଜାଣ ତା ବିହୁନେ ଇଜ୍ଜତ ସଦା ହୁଅଇ ବର୍ଜନ
କାହା ପାଇଁ ଲଜ୍ଜା ମୋତି ତ କାହା ପାଇଁ କାଦୁଅ ସମାନ।।