STORYMIRROR

Priyanka Priyanka

Others

4  

Priyanka Priyanka

Others

ଦୁଃଖ ଓ ଜୀବନ

ଦୁଃଖ ଓ ଜୀବନ

1 min
287

ଜୀବନ ର ସବୁ ଦୁଃଖ କଣ ଚାପି ହୁଏ

କି ବୁଝି ହୁଏ।

କିଛି ଦୁଃଖ କାଗଜ ଛାତିରେ ଆଙ୍କି ହୁଏ,

କିଛି ଦୁଃଖ କେବେ କବିତା ହୁଏ

ଆଉ କିଛି ଦୁଃଖ ଲୁହ ହୋଇ ବୋହି ଯାଏ

କିଛି ଲୁହ ହୋଇ ଏକାକିରେ ଲୀନ ହୁଏ ।


ସବୁ ଲୁହକୁ କଣ ରୋକି ହୁଏ

କିଛି ଲୁହ ମିଛ ହସ ପଛରେ 

ଲୁଚି ଯାଏ।

କିଛି ଲୁହ ତକିଆରେ ପାରି ହୁଏ

ଆଉ କିଛି ପ୍ରକୃତି ପାଶେ,

ଏକାକିରେ ବହିଚାଲେ ।

ଆଉ କିଛି ଲୁହ 

କେବେ ଆଖି ତ ଓଠ ପିଏ।


ସବୁ ସ୍ୱୋପ୍ନ କଣ ସତ ହୁଏ,

କିଛି ରାତି ନପାଉଣୁ ଭାଙ୍ଗି ଯାଏ

ଆଉ କିଛି ଜୀବନ୍ତ ଅବସ୍ଥାରେ ଝାସ ଦିଏ।


ସବୁ ଆଶା କଣ ସତ ହୁଏ 

ହୁଏନି ବୋଲିତ ଏ ଆଶା କୁ

ମୁଁ ଦୁଃଖର ଅନ୍ୟ ନାମ ଦିଏ।    

କେବେ କିଛି ଆଶା କୁ ଅନ୍ୟ ର ସାମର୍ଥ୍ୟ ତ

କେକେ କିଛି ଆଶା କୁ ଅର୍ଥ ଭାଙ୍ଗି ଦିଏ

କିଛି ଆପଣା ଲୋକଙ୍କ ଭୂମିକା

କମ୍ ନଥାଏ ଏଠି,

ସେଇଥି ପାଇଁ ପ୍ରତି କ୍ଷଣ ରେ

ଆଶାମାନଙ୍କର ମୁର୍ତୂ ହୁଏ।


ଏକୁ ହିଁ ତ ନେଇକି 

ସୁଖ ,ଦୁଃଖ ,ଭଲ ,ମନ୍ଦ ଆଶା, ନିରାଶ ନେଇକି ଜୀବନ ଯୁଦ୍ଧରେ ଚାଲିବାକୁ ହୁଏ ।

ଏହାକୁ ତ ଏ ଦୁନିଆ

ଜୀବନ ବୋଲି ଆକ୍ଷ୍ୟା ଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍