ବନ୍ଧୁତା
ବନ୍ଧୁତା
1 min
157
ମୁଁ ମନେ ପକେଇବାକୁ
ପୂର୍ବରୁ ସେ ଆସି ପହଞ୍ଚି ଯାଏ
ଜୀବନର ଯେତେ କଥା ମାନ
ସାଇତି ରଖିଥାଏ ନିର୍ନ୍ଦ୍ୱନ୍ଦ କହିଦିଏ।
ଏ ଦୁନିଆ ଯେତେବେଳେ ମତେ କନ୍ଦେଇଛି
ତା' ହସ ସେ ମତେ ଦେଇଛି,
ମୁଁ ହସିଲେ ତା' ଜୀବନ ମହକି ଉଠେ
ମୁଁ ଝୁଣ୍ଟିବା ପୂର୍ବରୁ ସେ କୋଳେଇ ନେଇଛି ।
ମୁଁ ରାଗିଛି ,ଋଷିଛି , ଅଭିମାନ କରିଛି
ସେ ସବୁ ସହି ନେଇଛି ।
ମୋ ପାଇଁ କେତେ କଷ୍ଟ ସହିଛି
ମୋ ପାଇଁ କେତେ କ'ଣ ସେ ନ କରିଛି ।
ରକ୍ତର ସମ୍ପର୍କ ଠାରୁ
ହୃଦୟର ସମ୍ପର୍କ ଏତେ ଗଭୀର
ସେ ମତେ ଜଣେଇ ଦେଇଛି ।
ମୋର ସବୁ ଗୁପ୍ତ କଥାକୁ ଯିଏ ସାଇତି ରଖିଛି
ମୁଁ ସେମିତି ସାଙ୍ଗ ଟେ ଏ ଜୀବନରେ ପାଇଛି ।
