STORYMIRROR

Priyanka Priyanka

Others

4  

Priyanka Priyanka

Others

ପ୍ରେମର ଭିନ୍ନ ଏକ ଅଭିନବ

ପ୍ରେମର ଭିନ୍ନ ଏକ ଅଭିନବ

1 min
262


କିଏ ଦେଲା ତୋ ନା ପ୍ରେମ

ସତ୍ୟ ଚିର ସ୍ଥାୟୀ, ଆଉ ସୁନ୍ଦର ଅନୁଭବ।

କାହା ପାଇଁ ସୁନ୍ଦର ବଗିଚାର ପାରିଜାତ

ଆଉ କାହା ପାଇଁ ମରୁଭୂମିର ଶୋଷିଲା ପଥିକ।


ପ୍ରେମର ଅର୍ଥ ଅନୁଭକ୍ତି ଅନୁରାଗ,

ପ୍ରେମ ଜୀବନରେ ପୁଣ୍ୟତା ପ୍ରଦାନ।


କାହା ଓଠରେ ହସ ତ କାହା ଆଖିରେ ଭରିଦିଏ ଲୁହ,

ଏହି ପ୍ରେମ ମଧୁର ଅନୁଭୂତି ଓ ଅଭିବ୍ୟକ୍ତି ର ବନ୍ଧା ଏ ଜୀବନ।


କେବେ କବିଙ୍କ ଭାବନାରୁ ପସ୍ପୁଟିତ କବିତା, ତ 

ପୁଣି କେବେ ଲେଖକଙ୍କ କାହାଣୀର ମଧୁର ସ୍ପନ୍ଦନତା।


ପ୍ରେମ ସ୍ନେହ ଆଦର ଭଲ ପାଇବା ଓ ଆନ୍ତରିକତା

ଜାତି, ଧର୍ମ, ବର୍ଣ୍ଣ ପ୍ରେମ ସବୁରି ହୃଦୟ ରେ ବିରାଜିତ ମାନତା।


ସ୍ବାର୍ଥ କାମନାର ଅନୁଭକ୍ତୀ ପ୍ରେମ,

ପରା ଜୟ ର ବିଜୟ ଉଲ୍ଲାସ।

ଭାଷା ନାହିଁ କି ଶବ୍ଦ ନାହି ପ୍ରେମ ପରୀ ଭାଷାର।


ପ୍ରେମ ବାସ୍ତବ, ଚିରନ୍ତନ,ସାସ୍ୱୋତ,

କେବେ ହୁଏ ନାହି ଅଧୁରା ଅବାସ୍ତବ ସ୍ଵୋପ୍ନ।


ନା ଅଛି ଆରମ୍ଭ ଏହି ପ୍ରେମ,

ନା ତାର ଅଛି ଶେଷ ।

କରି ହେବ ନାହିଁ

ବର୍ଣ୍ଣନା ଏ ପ୍ରେମର ଏହା ଏକ ମଧୁର ଅନୁଭବ।


ଆଜିର ସମାଜ ମିଛ ପ୍ରେମ ସମ୍ପର୍କ ରେ

ଅଡୁଆ ସୂତାରେ ମାଡ଼ି ଚାଲେ ମରି ମରି

ସଂସ୍କାର ଭୂଲି ଆଜିର ପିଢ଼ି ମିଛ ପ୍ରେମ କରି ହେଉଛନ୍ତି କଳଙ୍କିନି।


ପ୍ରେମ ଆଖ୍ୟ ଦେଇ କାମନା ରେ ବଶବର୍ତ୍ତୀ ହୋଇ

ସମାଜକୁ କଳୁଷିତ ରେ ଆଜିର ପ୍ରାଣୀ।


ଭାରତୀୟ ସଂସ୍କୃତି, ସଭ୍ୟତାକୁ ପଛାରେ ପକାଇ

ବିଦେଶୀ ସଭ୍ୟତା ସଂସ୍କୃତି ଆପଣେଇ ନେଇ ବଢ଼ି ଚାଲିଛନ୍ତି ଆମ ଯୁବ ପିଢ଼ି।


ପ୍ରେମ ଆଖ୍ୟ ଦେଇ ବଢ଼ି ଚାଲିଛି

ହତ୍ୟା, ଆତ୍ମହତ୍ୟା, ପରକୀୟତା।


କାହା ପାଇଁ ପ୍ରେମ ଜୀବନ ମରଣ,କାହା ପାଇଁ ପୁଣି 

କଣ୍ଢେଇ ର ଖେଳ ସମାଜ ଦୃଷ୍ଟିରେ ଆଜି ପ୍ରେମ କଳୁଷିତ, ଏବଂ କଳଙ୍କିତ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍