ପ୍ରତିଶ୍ରୁତି ଭିକ୍ଷା ବର୍ଷା ତୋତେ
ପ୍ରତିଶ୍ରୁତି ଭିକ୍ଷା ବର୍ଷା ତୋତେ
1 min
6.7K
ବର୍ଷା....
ଆଜି ତଵ ଆଗମନେ
ମୋ ଉଛୁଳା ନଈରେ ଢେଉ
ଝୁପ୍... ଝୁପ୍... ଝୁପ୍...
ଶୁଭେ ପ୍ରିତୀ ସ୍ପର୍ଶରେ ସାହନାଇ
ଝରକା ଆରପାଖ ସ୍ବପ୍ନ
ଛାତିରେ ମୋ ଉନ୍ହୁଙ୍କି ପଡିଚି
ପରୀକ୍ଷାର ପ୍ରତୀକ୍ଷିତ ରାତ୍ରି
ଆଜି ସତେ ସରିଚି
ସ୍ୱପ୍ନିଳ ଝଙ୍କାର
ସାରାଘର ତାଳ ଦେଉଚି
ପ୍ରେମର ଦୋଳିରେ ମୋ
ଜୀବନ ଝୁଲୁଚି
ଅଧାଗଢ଼ା ଦେଉଳେ
ସତେ ଧୂପ ବାସ୍ନା ବୁଲୁଚି
ଲାଜକୁଳୀ ମୁଁ
ତୁମ ଚୁମ୍ବନ ଆଣେ
ମୋ ଦେହେ ଶତଫୁଆର
କଥା ଦିଅ ଏକାକରି
ନ ଯିବ କେବେ
ଦେଇ ମୋ ସଜଳ ଆଖିରେ
ଅବ୍ୟକ୍ତ ଝର।
-ସସ୍ମିତା ସାହୁ