STORYMIRROR

Akshayakumar Dash

Others

4  

Akshayakumar Dash

Others

ପ୍ରତିଶୋଧ

ପ୍ରତିଶୋଧ

1 min
23.4K

  • ଜୀବନଧାରାରେ ମଣିଷ ଭୁଲିଛି
  • ମାନବିକତା ର କଳା
  • ନିଜସ୍ୱାର୍ଥ ପାଇଁ ଲଢେଇ କରଇ
  • ଶୃଙ୍ଖଳା ଚଳିବା ତାଲା
  • ଭଂ।ଗିଛି ନିୟମ ଗଢୁଛି ପ୍ର।ସାଦ
  • ନିଜପାଇଁ ଦିନରାତି
  • ଉପାସ ଭୋକରେ ଯଦି କିଏ ମରେ
  • ନାହିଁ ତାର ଟିକେ ଭିତି
  • ପ୍ରକୃତିର ଉପାଦାନକୁ ବି ନିତି
  • କରଇ ବିରୋଧ କାମ
  • ପରିବେଶ ପ୍ରଦୂଷଣ କରିନିଜେ
  • ଅଠା ବୋଳିଦିଏ ଆମ
  • ନୀତି କି ନିୟମ ନମଣି ପରମ
  • ଦୁର୍ନୀତି ରେ ଯାଏ ବୁଡି
  • ନିଜକୁ ଚାଳକ ବୋଲି କହିବୁଲେ
  • ଚାଲୁଥାଏ ପଥ ହୁଡ଼ି
  • ଖାଦ୍ୟ ପେୟ ନାହିଁ ସଂଯମ ମନ
  • ଆମିଷ ମଦ ତା ସାଥି
  • ପଶୁପକ୍ଷୀ ଛାଡ଼ଲୋକମାନେ ତାର
  • ପୋକ ମାଛି ପରି ଗତି
  • ଆହାର ଯେପରି ମନକାର୍ଯ୍ୟ ଧରି
  • ଭାବଇ ନିଜକୁ ରାଜା
  • ଭାସିଗଲେ ଯାଉ ଦୁନିଆଁ ତା ଠାରୁ
  • ନିଜେ ବଂଚି ଗଲେ ମଜା
  • ବିଶ୍ୱ ର ପ୍ରାଣ କାନ୍ଦୁଛି ବାହୁନି
  • ସବୁଆଡେ ହାହା କାର
  • ଭୂତାଣୁ ଚିହ୍ନଟ ନାହିତା ଔଷଦ
  • ସରକାର ଉପରେ ଭାର
  • ଏବେ ଏ ସମୟ କହୁଛି ଧନରେ
  • ନିଜେ ରୁହ ଏକା ଏକା
  • ଛୁଅନି କାହାକୁ କୁହନି ବି ମୁଖେ
  • ତୁଣ୍ଡି ଦେଇ କର ଦେଖା
  • ନିଜ ମାଟି ଛାଡି ଅନ୍ୟ ରାଜ୍ୟ ପଶି
  • ଆସିଲେ ଦୁରେଇ ରହି
  • ଚଉଦ ଦିନକୁ ଅପେକ୍ଷା କରିବା
  • ଘରକୁ ଫେରିବା କହି
  • କାହିଁ ତୋର ଦମ୍ଭ ଜ୍ଞାନ ଗୋଉରବ
  • ପ୍ରତିପତି ଧନ ଲୋଭ
  • ଭୁତାଣୁ ବି ତତେ ପରାସ୍ତ କରୁଛି
  • ତିଳେ ନାହିଁ ମନ କ୍ଷୋଭ
  • ଉପରେ ନିର୍ଭର କରି ବି କାତର
  • ଭାଙ୍ଗିଗଲା ଯେତେ ଗର୍ବ
  • ଜୀବନ ଧାରାକୁ ବଦଳାଇ ଚାଲ
  • ବଂଚିବା କୁ ନୂଆ ପର୍ବ।


Rate this content
Log in