STORYMIRROR

Birakishore Nayak

Others

3  

Birakishore Nayak

Others

ପ୍ରତିଶୋଧ

ପ୍ରତିଶୋଧ

1 min
165

ଜୀବନର ପଥେ କେବେ ଫୁଲ ଥାଏ

   କେବେ ହୁଏ କଣ୍ଟକିତ 

କାହାକୁ ସାହାଯ୍ୟ ପାଇଁ ମନ ବଳେ

   କାହା ପାଇଁ ପ୍ରତିଶୋଧ |


ପ୍ରତି ମଣିଷର ରହିଛି ବ୍ୟକ୍ତିତ୍ୱ

   ଆଶାକରେ ସନମାନ 

ଆତ୍ମସମ୍ମାନରେ କ୍ଷତି ପହଞ୍ଚିଲେ

   ମନେ ଭରେ ଅଭିମାନ |


ତୀବ୍ର ଅଭିମାନ ସୃଷ୍ଟି କରେ ମନେ

   ପ୍ରତିଶୋଧର କାମନା 

ପ୍ରତିହିଂସା ପାଇଁ ବାଟ ଖୋଜିଚାଲେ

   ମନ ହୁଏ ଆନମନା |


ଜୀବନ ରାସ୍ତାରେ ଯଦି କେହିକେବେ

   ବିଶ୍ୱାସରେ ବିଷ ଦିଏ 

ପ୍ରତିଶୋଧ ବହ୍ନି ଜଳେ ହୃଦୟରେ

   ପ୍ରତିକ୍ରିୟା ଘଟିଥାଏ |


ବେଳେ ବେଳେ ହତ୍ୟା ଅପରାଧ ଘଟେ

   ଅବା ଗଣ୍ଡଗୋଳ ହୁଏ 

ଅଧିକାଂଶ ସୃଷ୍ଟି ପ୍ରତିଶୋଧ ପାଇଁ

   ନିର୍ବିଚାରେ ଘଟିଥାଏ |


ସାଧାରଣେ ଯଦି ଖେଳେ ପରାଜିତ

   ହୁଏ କେହି ବନ୍ଧୁମେଳେ 

ହାରିଥିବା ବ୍ୟକ୍ତି ଖେଳନୀତି ଭୁଲି

   ପ୍ରତିଶୋଧ ପାଇଁ ଚାଲେ |


କାହାର ଉଚିତ କର୍ମ ଯଦି କେବେ

   ଅନ୍ୟ ସ୍ଵାର୍ଥେ ହାନୀ କଲା 

କ୍ଷତିଗ୍ରସ୍ତ ମନେ ଅଶାନ୍ତିର ନିଆଁ

   ଭରେ ପ୍ରତିଶୋଧ ଜ୍ୱାଳା |


ଦେଶେ ଦେଶେ ମଧ୍ୟ ଚାଲେ କୂଟନୀତି

   ପ୍ରତିଶୋଧ କାମନାରେ 

ସନ୍ତ୍ରାସବାଦର ଜନମ ହୋଇଛି

    ତିକ୍ତ ଈର୍ଷା ଅସୂୟାରେ |


ମଣିଷ କେବେ ବି ବିଚାର କରେନା

   ପ୍ରତିଶୋଧ ପ୍ରତିଫଳ 

କରିଥାଏ କ୍ରୋଧ ବିବେକ ବିନଷ୍ଟ

   ନୁହେଁ ଯାହା ଅନୁକୂଳ |


ପ୍ରତିଶୋଧ ପାଇଁ ଅପରାଧ କରି

   ମଣିଷ ଯେ କଳଙ୍କିତ 

ଭୋଗେ ପରିଣତି ବଞ୍ଚି ଜୀବନରେ

   ହୋଇ ସତେ ଅଭିଶପ୍ତ |



Rate this content
Log in