STORYMIRROR

NIBEDITA MOHAPATRA

Others

5.0  

NIBEDITA MOHAPATRA

Others

ପ୍ରତିଶୋଧ-ବଳିଦାନର

ପ୍ରତିଶୋଧ-ବଳିଦାନର

1 min
368





ଆତଙ୍କବାଦର ଧ୍ବଂସ ମୁଖୀ ଦବାନଳ

ଭାରତ ଭୂମିକୁ କରିଲା ଗ୍ରାସ,

ଶାନ୍ତିର ଦୂତ ସାଜିବି ଭାରତ

ପୁଲଓ୍ବାମା ହେଲା ରକ୍ତ ରଞ୍ଜିତ।(୧)


ଫେବୃଆରୀ ମାସ ଚଉଦ ତାରିଖ

ଆତଙ୍କୀ ରଚିଲେ ବର୍ବର କାଣ୍ତ,

ଆତ୍ମଘାତୀଙ୍କ କ୍ରୁର ଚକ୍ରାନ୍ତ ବଳେ

ଧରାଶାୟୀ ହେଲା ଜବାନଙ୍କ ମୁଣ୍ତ।(୨)


କୋଳ ଶୂନ୍ୟ କରି ଜନ୍ମଦାତ୍ରୀର

ଭାଙ୍ଗିଦେଇ ପୁଣି ଦମ୍ଭ ପିତାର,

ପୋଛି ଦେଇଗଲେ ସଧବା ସିନ୍ଦୁର

ଲିଭାଇଦେଲେ ହସ କଅଁଳ ଶିଶୁର।(୩)


ମନରେ ସବୁରି ପ୍ରତିଶୋଧର ଅନଳ

ଲେଲିହାନ ଶିଖା ତାର ଉଜ୍ଜଳ,

ପ୍ରକମ୍ପିତ ହେଲା ଚଉଦ ଭୁବନ

ବ୍ୟର୍ଥ ଯିବନି ତୁମ ବଳିଦାନ।(୪)


ସହିଦ୍ ଙ୍କୁ ଦେଇ ଶ୍ରଦ୍ଧାଞ୍ଜଳି ସୁମନ

ବଜ୍ର ଶପଥ ନେଲେ ସେଦିନ ,

ବାରଦିନେ କଲେ ଯୁଦ୍ଧ ରଣନୀତି

କାର୍ଯ୍ୟାନୁଷ୍ଠାନ ପାଇଁ ନକ୍ସା ପ୍ରସ୍ତୁତି।(୫)‍


ସଜାଇ ଘାତକ ଯୁଦ୍ଧ ବିମାନ

ବାୟୁସେନା କଲା ପ୍ରତି ଆକ୍ରମଣ,

ନିଜ ଦାମ୍ଭିକତାର ଦେଇ ପରିଚୟ

ନିୟନ୍ତ୍ରଣ ରେଖା କରିଦେଲେ ପାର।(୬)


ତମସାଚ୍ଛନ୍ନ ରଜନୀରେ ଗଗନକୁ ଭେଦି

ମିରାଜ ରଚିଲା ଧ୍ବଂସର ତାଣ୍ତବ,

ମାଟିରେ ମିଶାଇ ଜୈସ୍ ର ସ୍ତୁପ

ନିମିଷକେ ସବୁ କରିଦେଲା ଶେଷ।(୭)


ବଜାଇ ସମର ରଣ ଦୁନ୍ଦୁଭି

ନିର୍ଭୟେ ଡେଇଁ ଶତ୍ରୁର ସୀମା,

ନିକ୍ଷେପି ଲେଜର ବୋମା ସୁଦର୍ଶନ

ଥରହର କଲ ଶତ୍ରୁର ଭବନ।(୮)


ଏକୋଇଶ ମିନିଟ୍ ରେ ନେଇ ପ୍ରତିଶୋଧ




ବିଧ୍ବଂସ କଲ ଶତ୍ରୁର ସୌଧ,

ଆତଙ୍କବାଦୀଙ୍କୁ କରି ଦେଇ ନିପାତ

ଫେରିଲ ଉଡାଇ ବିଜୟର ନେତ।(୯)


ଦୁର୍ଦ୍ଦଶ ବୀର ଦେଖାଇ ସାହସ

ରଚିଗଲେ ଏକ ନୂଆ ଇତିହାସ,

ସୁଦୃଢ଼ କରି ନିଜ ମନୋବଳସଫଳ କରିଲେ ରଣ କୌଶଳ।(୧୦)


ଭାରତ ମାତାର ଯୋଗ୍ୟ ସନ୍ତାନ

ତୁମଲାଗି ଅଟଇ ଏଦେଶ ମହାନ,

ଭାଙ୍ଗି ଦେଇଅଛ ଶତ୍ରୁର ଦର୍ପ

ସାଜିଅଛ ତୁମେ ଭାରତର ଗର୍ବ।(୧୧)


ତୁମରି ବଳରେ ବଳିୟାନ ମହି

ତୁମ ବୀରତ୍ବର କଳନା ନାହିଁ,

ଗୁଞ୍ଜରିତ ହେବ ସର୍ବ ଦିଗନ୍ତରେ

ସଦା ଅମର ତୁମେ ମର୍ତ୍ତ୍ଯମଣ୍ତଳେ।(୧୨)


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ।


Rate this content
Log in