STORYMIRROR

Umasankar Sahu

Others

2  

Umasankar Sahu

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
287


କର୍କଶ ଗ୍ରୀଷ୍ମର ରୌଦ୍ର ତାପରେ

ଝୁରେ ମୁଁ ଶୀତଳ ଜହ୍ନ,

ବିରହ ବେଦନା ଉଙ୍କି ମାରେ ଆଜି

ଭାଙ୍ଗିପଡୁଥାଏ ମନ ।।


ଗୋଲାପୀ ଓଠର ମିଠାମିଠା କଥା

ମନ ମୟୁର ଚନ୍ଦ୍ରିକା,

କେମିତି ଭୁଲିବି କହ ଥରେ ପ୍ରିୟା

ତୋ ବିନା ମୁଁ ଏକାଏକା ।।


ଛାତିର ଷ୍ପନ୍ଦନେ ତୋତେ ମୁଁ ବସେଇ

ଜିଇଁଥିଲି ଯେତେଦିନ,

ପ୍ରତ୍ୟେକ ମୁହୂର୍ତ୍ତ ଝୁରୁଛି ମୁଁ ଆଜି

ଏକା ଲାଗେ ରାତିଦିନ ।।


ତୃଷ୍ଣାର୍ତ୍ତ ପାଣିକୁ ଝୁରୁଥିବା ପରି

ଅତୀତକୁ ଝୁରେ ମୁହିଁ,

ବରଷା ଛିଟାକୁ ଛୁଇଁବାପରି ଲୋ

ତୋ ପରଶ ଖୋଜେ ମୁହିଁ ।।


ଶ୍ରାବଣରେ ଥରେ କଳାମେଘ ସାଙ୍ଗେ

ବରଷା ହେଇ ତୁ ଆ,

ଅନ୍ତ ହେଉ ମୋର ପ୍ରତୀକ୍ଷାର କ୍ଷଣ

ଭିଜେଇ ଦେଇ ତୁ ଯାଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍