STORYMIRROR

Debabrata Jena

Others

3  

Debabrata Jena

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
285



ତମେ ମୋ ମନରେ

ତମେ ମୋ ପ୍ରାଣରେ

କେବେ ପୁଣି ନିଶ୍ୱାସରେ

କେବେ ନିଦାଘରେ

କେବେ ବସନ୍ତରେ

କେବେ ପୁଣି ବିଶ୍ୱାସରେ ।।

ଆସିବ ରୁଷିବ

ଘର ଵି କରିବ

ମୋ ହୃଦୟ ଶୁନ୍ୟତାରେ

ପ୍ରେମ ଫଲ୍ଗୁଧାରା

ବୁହାଇ ଵି ଦେବ

ହୃଦ ନିର୍ଝରିଣୀ ନୀରେ ।।

ଧାରା ଶିରାବଣ

ନ ହେବ ନ ହୁଅ

ସାଜିଯାଅ କୃଷ୍ଣଚୁଡ଼ା

ଅୟୁତ କୋହକୁ

ସ୍ମୃତିରେ ସାଉଁଟି

ଦେବନି ପଥ ବାହୁଡା ।।

ତୁମେ ମୋ ବୀଣାର

ମିଠା ମିଠା ସ୍ୱର

ପ୍ରୀତିନନ୍ଦା ସେ ରାଗର

ତୁମେ ମିଠା ଛନ୍ଦ

ପ୍ରେମ ସଙ୍ଗୀତର

ମଧୁଛଂଦା ସେ ଲୟର ।।

ନ ଆସିବ ନାହିଁ

ମୋ ସ୍ବପ୍ନ କୁଟୀରେ

ଦେଇ ଯାଅ ପ୍ରତିଶ୍ରୁତି

ବଂଚିଯିବି ତୁମ

ମୁହୂର୍ତ୍ତସବୁକୁ

ରହିଅଛି ଯେତେ ସ୍ମୃତି।।


ଦେବବ୍ରତ ଜେନା

ଶିକ୍ଷକ, ରଣସିଂହପୁର ଆଶ୍ରମ

ଭୋଗରାଇ,ବାଲେଶ୍ବର





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍