STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
801



ଫଗୁଣରେ ଆସିବ ଫେରି ବୋଲି ଦେଇଥିଲ କଥା

ଫେରିଲା ଫଗୁଣ ହେଲେ ତୁମର ନାହିଁ ଦେଖା।୧


ଆନମନା ମନେ ମୋର ଜାଳି ବିଶ୍ବାସ ସଳିତା

ତୁମ ଫେରିବା ବାଟ ଚାହିଁ କରିଛି ପ୍ରତିକ୍ଷା।୨


ଏଜୀବନ ରଙ୍ଗହୀନ ଅଟଇ ତୁମ ବିନା

ତୁମେ ଥିଲେ ଭରିଯାଏ ସପ୍ତ ରଙ୍ଗ ସିନା।୩


ଫଗୁଣର ଫଗୁ ଆଜି ଲାଗଇ ଫିକା ଫିକା

ଅବିରର ରଙ୍ଗ ସତେ ଦେଲା ମତେ ଧୋକା।୪


ପ୍ରିତୀ ରଙ୍ଗେ ମନକୁ ମୋର ଦେଇଥିଲ ସଜେଇ

ତୁମ ବିରହରେ ସବୁ କିଛି ଗଲାଣିତ ଉଭେଇ।୫


ଭାରି ଅଭିମାନୀ ପରା ମୋର ମନ ମଇନା

ମଳୟ ସ୍ପର୍ଶେ ପାଉଛି ସେ ଅନେକ ଯାତନା।୬


ହୃଦୟ ତନ୍ତ୍ରୀରୁ ଶୁଭୁ ନାହିଁ ସଂଗୀତର ମୂର୍ଚ୍ଛନା

ରାଗ ମହ୍ଲାର ବେସୁରା ସାଜିଛି ତୁମରି ବିନା।୭


ପଞ୍ଚମ ତାନରେ କୋଇଲି ଗାଉ ନାହିଁ ରାଗିଣୀ

ତୁମ ବିରହ ଜ୍ବାଳାରେ ଉପବନ ଝାଉଁଳି ଗଲାଣି।୮


ଯନ୍ତ୍ରଣା ସିକ୍ତ ହେଇଛି ମନ ତୁମରି ସ୍ମୃତିରେ

କେମିତି ବଞ୍ଚିଛି ପ୍ରିୟା ଆସି ଦେଖିଯାଅ ଥରେ।୯


ବ୍ୟାକୁଳିତ ହୋଇ ତୁମକୁ କରେ ସେ ମିନତି

ପ୍ରତିକ୍ଷାର ଅନ୍ତ କରି ଫେରି ଆସ ସାଥି।୧୦


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍