STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

ପ୍ରତିଦ୍ଵନ୍ଦ୍ୱିତା

ପ୍ରତିଦ୍ଵନ୍ଦ୍ୱିତା

1 min
163

ଏଠି କିଏ କେବେ ନ କରୁଛି 

କାହା ସାଥେରେ ପ୍ରତିଦ୍ୱନ୍ଦ୍ୱିତା  

ପ୍ରବଳ ପରାକ୍ରମ ଦେଖାଇ 

ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାକୁ 

ସ୍ଥୂଳ ମାଟିର ଜଳ ସ୍ଥଳ 

ସୂକ୍ଷ୍ମର ବାୟୁ ଆକାଶ ଉତ୍ତାପ  

ପଞ୍ଚ ଭୂତ ମଧ୍ୟରେ ଚାଲିଛି 

ତୁମୂଳ ସଂଗ୍ରାମ ଅନାଦିକାଳରୁ 

ଚାଲିଛି ସୃଷ୍ଟି ହେଉଛି ଧ୍ଵଂସ 

ପ୍ରକୃତିର ରଖିବାକୁ ଭାରସାମ୍ୟ।


ଜନ୍ମ ମୃତ୍ୟୁର ସୀମିତ ପରିଧି ଭିତରେ 

କାହାର କେତେ ଆସ୍ଫାଳନ ବାହାସ୍ପୋଟ 

ଦମ୍ଭ ଗର୍ବ ଅହଙ୍କାରର ଆଭିଜାତ୍ୟ 

ନିଜ ଶକ୍ତି ସାମର୍ଥ୍ୟରୁ ଡେଇଁ ଯାଇ 

ଏକ କରେ ଆରେକକୁ ଅକ୍ତିଆର 

କିଏ କାହାର କରୁଛି ବଶ୍ୟତା ସ୍ଵୀକାର... 

ସବୁ ସମୟର ସୁଅରେ କେବଳ 

ଏକ ଏକ ତରଙ୍ଗର ହିଲ୍ଲୋଳ 

ଅଦୃଷ୍ଟତାର କୋପ ଓ ଚାପରେ 

ହେଉଥାଏ କେନ୍ଦ୍ରୀଭୁତ 

ବିକେନ୍ଦ୍ରୀକରଣ ପାଇଁ ବସ୍ତୁବାଦୀ ଅସ୍ତିତ୍ୱ। 


କାହାର ଅଛି କାହାର ନାହିଁ ପ୍ରତିଷ୍ଠା 

ନିକିତିରେ ତଉଲୁଥାଏ ସମାଜର ଆଖି 

ଭିନ୍ନ ଭିନ୍ନ ଦୃଷ୍ଟିକୋଣକୁ ଆଗରେ ରଖି 

ଏଠି ସାଗର ଶୁଖେ ହିମାଳୟ ବି ଘୁଞ୍ଚେ 

ପରିବେଶ ପରିସ୍ଥିତିର ଆଧାରରେ 

ସାଉଁଟିବା ରତ୍ନ ହୁଏ ଭୂଲୁଣ୍ଠିତ 

ଚିରନ୍ତନତାର ଭ୍ରମରେ ସବୁ ଭଙ୍ଗୁର 

କାଳଚକ୍ରରେ ହୁଏ ଘୂର୍ଣ୍ଣାୟମାନ 

ପରସ୍ପରର ପ୍ରତିଦ୍ୱନ୍ଦ୍ୱିତା ରେ ରହି ଅଟଳ। 


ଆସ୍ତିକ ନାସ୍ତିକ ଭାବଧାରାର ଦୋଳନରେ 

କିଏ ହୁଏ ସକାରାତ୍ମକ କିଏ ନକରାତ୍ମକ 

ବିଚାର ଆଗରେ ନତ ମସ୍ତକେ ହୋଇ ଠିଆ 

ପ୍ରତିଦ୍ୱନ୍ଦ୍ୱିତାର ଅସମାହିତ ସମାପ୍ତି 

ଇତିହାସର ପୃଷ୍ଠାରେ ହୋଇ ଚାଲଛି 

ପୁନରାବୃତ୍ତି ପରେ ପୁନରାବୃତ୍ତି 

କେତେବେଳେ କୃଷ୍ଣାର୍ଜୁନଙ୍କ ମିଳିତ ସାମ୍ମୁଖ୍ୟ 

ପୁଣି କେତେବେଳେ କର୍ଣ୍ଣାର୍ଜୁନଙ୍କର 

ଏକ ଅନ୍ତହୀନ ପରୀକ୍ଷାର ଅନାହୁତ ମୁହୂର୍ତ୍ତ।


ସବୁର ଏ ପ୍ରତିଦ୍ୱନ୍ଦ୍ୱିତା ତୁମର ମୋର 

ଆମ ସମସ୍ତ ମଧ୍ୟରେ ଚାଲିଛି ଚାଲିଥିବ 

ନିଜ ଅନ୍ତଃକରଣରେ ବି ପ୍ରତିଦ୍ଵନ୍ଦ୍ୱିତା 

ଜ୍ଞାନ ବୁଦ୍ଧି ବିବେକ ବିଚାରକୁ ନେଇ 

ମାନସିକତା କରେ ତାର ବ୍ୟୁତ୍ ପ୍ରୟୋଗ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍