STORYMIRROR

Amaresh Kumar Hanuman

Others

3  

Amaresh Kumar Hanuman

Others

ପ୍ରତି ଚାରିବରଷ ବିଶ୍ୱଉତ୍ସବ ବିଶେଷ

ପ୍ରତି ଚାରିବରଷ ବିଶ୍ୱଉତ୍ସବ ବିଶେଷ

1 min
324

କ୍ରିକେଟ୍ ବିଶ୍ୱକପ୍ ଆସେ, ପ୍ରତି ଚାରି ବରଷ,

ଆଣେ ମନେ ଆଉଥରେ, ସେ ନୂଆଁ ହରଷ ;

ହୋଇଛି ସମର୍ଥକଙ୍କ, ଅପେକ୍ଷାର ଶେଷ,

ଚାଲିବ ବିଶ୍ୱକପ୍ ପୁରା, ଦୀର୍ଘ ଦେଢ଼ ମାସ l (୧)


ଆସିଛି ଆଉଥରେ ନେଇ, ହସ ଖୁସି ଉଲ୍ଲାସ,

ଭାଗ ନେଇଛନ୍ତି ବିଶ୍ୱରୁ, ଆସି ଅନେକ ଦେଶ ;

ଏଇ ପାଳିକ ଦେଶ ଅଛନ୍ତି, ଗଣିଗଣି ଦଶ,

ଜିତିବ ସେ ବେଶୀ ଯା'ର, ଧୈର୍ଯ୍ୟ ଓ ସାହସ l (୨)


ପଡିଆରେ ଥିବେ ଲୋକ, ହୋଇ ନାନା ବେଶ,

କିଏ ପିନ୍ଧିଛି ମୁଖା ତ, କାହା ରଙ୍ଗୀନ କେଶ ;

କାହାର ନକଲି ଦାଢ଼ି ତ, କିଏ ମୋଡ଼ୁଛି ନିଶ,

ସମର୍ଥକ ଭାବେ ସଦା, ହାରିବାର ନାହିଁ ଲେଶ l (୩)


ହୋଇଲେ ଚଉକା ଛକା, ହେଉଥିବେ ଉଠ ବସ,

ଛାଡ ନା ଦିନେବି ଖେଳ, ଯାଅ ଟି.ଭି. ଖୋଲି ବସ ;

ଲାଗିଛନ୍ତି ରଖିବାକୁ ସବୁ, ନିଜ ଦେଶର ଯଶ,

କରିବେ କେମିତି ବିରୋଧୀ, ଯୋଜନାକୁ ନାଶ l (୪)


କେବେ ପିଚ୍ ମାଟିଆ ତ, କେବେ ଛୋଟ ଘାସ,

ଯେବେ ଉଇକେଟ୍ ମରୁଡ଼ି, ତେବେ ରନ୍ ର ଚାଷ ;

ସୁଇଂଗ୍ ପାଇଁ ପିନ୍ଧା ଜାମାରେ, ବଲ୍ ଧରି ଘଷ,

ସହଜ ନୁହେଁ ବୁଝିବା, ସ୍ପିନ୍ ବୋଲିଂର ଫାସ l (୫)


ହାରୁଥିଲେ ନିଜ ଦେଶ, ଯଦି ନାହିଁ ଆଉ ଆଶ,

କରନା ଅପଚୟ ପୁଣି, କରି ସମୟ ନିବେଶ ;

ହାରିଲେ ଆଖିରୁ ବହେ, ଲୁହ ଧାର ଠସଠସ,

ଜିତିଲେ ଦେଖିବ ତାଙ୍କ ଓଃ, ମୁଖରେ କି ହସ ! (୬)


ଯିଏ ଜିତୁ ଯିଏ ହାରୁ, କେହି ନ ହୁଅ ନିରାଶ,

ସଭିଙ୍କୁ ଶୁଭକାମନା, ଦିଅ ସଭିଏଁ ଅଶେଷ ;

ଖେଳ ତ ମନୋରଞ୍ଜନ, ଖୋଜ ନା କା'ର ଦୋଷ,

ହାରିଲେ ବି ଆଗେ ଯାଇ, ବିରୋଧୀ ସହ ମିଶ l (୭)


ଚଉଦ ଜୁଲାଇରେ ହେବ ଏ, ପ୍ରତିଯୋଗୀତା ଶେଷ,

ଅଛି ଆଶା ମନେ 'ଭାରତ', ଖେଳୁ ସେ ଦିବସ ;

କି ଜାତି, କି ଧର୍ମ କି, ବର୍ଣ୍ଣ ନିର୍ବିଶେଷ,

କଟେ ଏମିତି ଦିନ ଯେମିତି, ଉତ୍ସବ ବିଶେଷ l (୮)



Rate this content
Log in