STORYMIRROR

Sunanda Mohanty

Children Stories

4  

Sunanda Mohanty

Children Stories

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
365


ସମ୍ପର୍କର ସେତୁ ବଢ଼େଇ 

ହଳଦୀପତ୍ର ଗୁଣଧର୍ମ ପିଠା ଖାଇ 

ଘରେ ଘରେ ବନ୍ଦାପନା ହୁଅଇ 

ପରମ୍ପରା ସଂସ୍କୃତିର ଭାଇଚାରା ଏହି 


ମାମୁଁଘର ସଙ୍ଗେ ସମ୍ପର୍କ ଡୋରି 

ହୁଏ ମଜଭୁତ ସମୟ ଯାଉ ବି ସରି 

ପ୍ରଥମାଷ୍ଟମୀରେ ପ୍ରଥମ ସନ୍ତାନ ପରି 

ଅନ୍ୟ ପିଲାଏ ଖାଇବେ ଖେଚେଡ଼ି କ୍ଷୀରି 


ବଡ଼ଭାଇ ଭଉଣୀଙ୍କୁ ଦେଇ ଗୁରୁତ୍ତ୍ଵ 

ପ୍ରଥମାଷ୍ଟମୀର ବଢାଏ ମହତ୍ତ୍ୱ 

ବଡନାଆ ଚାଲେ ଯୁଆଡେ ତା ଅସ୍ତିତ୍ୱ 

ସାନମାନେ କରନ୍ତି ନିଶ୍ଚେ ସ୍ୱାଗତ 


ଅଗ୍ରଜ ଭ୍ରାତା ରାମଙ୍କ ପାଦୁକା 

ଅନୁଜ ଭାରତ କଲେ ସୁରକ୍ଷା 

ଅଗ୍ରଜ ଅନୁଜ ଭିତରେ ନାହିଁ ତିତିକ୍ଷା 

ପ୍ରଭୁ ବଳଭଦ୍ର ସେପାଇଁ ଜାଗାର ଏକା 


ଜଗନ୍ନାଥଙ୍କ ବାରମାସେ ତେର ପର୍ବ 

ପୋଢ଼ୁହାଁ ହୁଅନ୍ତି ଚତୁର୍ଦ୍ଧା ଆଗ ସର୍ବାଗ 

ନକାରାତ୍ମକ ଶକ୍ତି ଦୁରେଇ ଫିଙ୍ଗ 

ଭାଇ ଭଉଣୀରେ ନରହୁ ଭେଦବିଭେଦ 


ଜଗତର ମାତା ଲଷ୍ମୀ ସାଆନ୍ତାଣୀ 

ପ୍ରଥମ ସନ୍ତାନ ସାଗର ଦୁଲଣୀ 

ଧରାରେ ମାର୍ଗଶିର ମାସ ମାଣବସା ଜାଣି 

ସଜ ହେଲେଣି ଆସିବେ ମାଆ ଠାକୁରାଣୀ



Rate this content
Log in