STORYMIRROR

Umasankar Sahu

Others

2  

Umasankar Sahu

Others

ପ୍ରଥମ ମିଳନ:

ପ୍ରଥମ ମିଳନ:

1 min
238


ଏହାରି ଭିତରେ ଅନେକ ଦିନ ଗଡି ଯାଇଛି

ତଥାପି ମନରେ ଉଙ୍କିମାରେ

କୋଇଲିର କୁହୁକୁହୁ ଡାକ ସାଙ୍ଗକୁ ବଉଳର ବାସ୍ନା,

ସେଦିନର ମନ ମତାଣିଆ ବସନ୍ତ ପବନ ଆଢୁଆଳେ ଆମ ପ୍ରଥମମିଳନ,

ଭୁଲିବାକୁ ଚାହିଁ ବି ଭୁଲି ପାରେନି ମୁଁ

ସେଦିନର, ତୁମ ଉଷ୍ଣ ସ୍ପର୍ଶ ଓ ତପ୍ତ ଆଲିଙ୍ଗନ ॥


ତୁମ ରେଶମୀ କେଶର ଲହଡି

ସ୍ୱପ୍ନରେ ସୁଧା ମୋ ମୁହଁ-ମୁହାଣରେ ନିତି ବାଡେଇ ହେଇ

ଆଜି ବି ମନେ ପକେଇଦିଏ ମୋତେ ସେ ଜୁଆରିଆ ସୁନାମୀ,

ତୁମ ପ୍ରେମର ଯେତେସବୁ ଅଜବ ଗଜବ ସର୍ତ୍ତ ଓ ସନ୍ଧି,

ତୁମ ନରମ ପାପୁଲିର ଶକ୍ତ ମୁଠାରେ

ମନେହୁଏ ଯେମିତି ମୁଁ ଆଜି ବି ବନ୍ଦୀ ॥


ଏମିତି ତ କେତେ ଶ୍ରାବଣ ବିତିଗଲାଣି ଏହାରି ଭିତରେ

ହେଲେ, ସାଙ୍ଗହେଇ ଓଦାହେବାର ଆଶା

ଟାଙ୍ଗରା ଭୁଇଁର ଗଙ୍ଗଶିଉଳିରେ

କଢ଼ରୁ ଫୁଲହେଇ ଏବେ ଝଡ଼ିବାକୁ ବସିଛି,

ନିଝୁମ ବର୍ଷା ଭିଜା ଅନ୍ଧାର ରାତିରେ ଝିଙ୍କାରିର ଝିଇଁ-ଝିଇଁ ସ୍ଵନ

ଆଜିବି ତୁମ ନୁପୁରର ରୁଣୁଝୁଣୁ ଶବ୍ଦ ଭଳି ମନେ ହେଉଛି ॥


ତୁମେ ସତ୍ୟରୁ ଯେ ହଠାତ ସ୍ମୃତି ହେଇଯିବ,

ଏହା କଣ ମୁଁ ଜାଣିଥିଲି? ବାସ୍, ଆଖିବୁଜି ଭଲପାଇ ବସିଲି !

ହେଲେ ଲୁଚକାଳି ଖେଳୁଖେଳୁ

ତୁମେ ଏମିତି ଲୁଚିଗଲ ଯେ ମୁଁ ଆଜିବି ଖୋଜିଖୋଜି ନୟାନ୍ତ,

କେତେବେଳେ ଆଖିରେ ବର୍ଷା ତ ମନରେ ଗ୍ରୀଷ୍ମ ସିନା ଆସେ

କିନ୍ତୁ ଥରୁଟେ ବି’ ଗାଉନାହିଁ କୋଇଲି ଆଉ ଆସୁନାହିଁ ଜମା “ବସନ୍ତ” ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍