STORYMIRROR

Kulamani Sarangi

Others

3  

Kulamani Sarangi

Others

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
11.7K

ନିଜ ଫୁଲ ନିଜ ମୁଣ୍ଡରେ ପକାଇ

ଗାଇଲି ନିଜ ଆରତି,

ଅମୁହାଁ ଦେଉଳେ ନିଜେ ମୁଁ ନିଜର

ପୂଜାରେ ରହିଲି ମାତି।


ବାହା ବାହା ବୋଲି ଶୁଭୁଥିଲା ଯାହା

ସେ'ତ ନିଜ ପ୍ରତିଧ୍ବନି, 

ନିଜ ପ୍ରଶଂସାର ଗୀତ ନିଜେ ଲେଖି

ଗାଉଥିଲି କରି ଧ୍ୱନି।


ସମ୍ରାଟ ବୋଲି ମୁଁ ମସ୍ତକରେ ପିନ୍ଧି 

ତାଜ, କରୁଥିଲି ଥାଟ,

ଆଇନା ଦେଖି ମୁଁ ଜାଣିଗଲି ତାହା

ଗଧ ମୁଣ୍ଡରେ ମୁକୁଟ।


ଆଗଚଲା, ଶିଡି ଗଲି ଚଢି ଚଢି

ତଳକୁ ଚାହିଁଲି ନାହିଁ, 

ଉପରେ ପହଞ୍ଚି ଚାହିଁଲି ପାତାଳ

ଆଖେ ପାଖେ କେହି ନାହିଁ ।


ନିଜର ବୋଲି ମୁଁ ଭାବିଲି ଯାହାକୁ

ଧରି ଖଣ୍ଡେ ଖଣ୍ଡେ ବାଡି,

ହାତ ପାଦ ବାନ୍ଧି କାରାଗାରେ ମତେ

ନେଉଛନ୍ତି ଭିଡି ଭିଡି।


ନିର୍ଦୋଷ ବୋଲି ମୁଁ ଚିତ୍କାର କଲେ ବି

ଶୁଣି ନପାରନ୍ତି କେହି,

ନିଜେ ମୁଁ ବଧିର ଅଥବା ଦୁନିଆଁ

ଜାଣିବି କେମିତି ମୁହିଁ ?


Rate this content
Log in