ପ୍ରଶ୍ନ ଓ ପ୍ରେମ
ପ୍ରଶ୍ନ ଓ ପ୍ରେମ
ବାବୁଲା ଲୋପାକୁ କୁଣ୍ଢେଇ ଚୁମା ଦେଲା
ତ ଖରାପ କଣ କଲା
ବୋଉ ବାପା ଭାଇକୁ କରେ
ପୋଷା ବିଲେଇ ଟମି ଓ କୁକୁର ଜାମି କୁ ବି ଦିଏ
ଏଟା କେମିତି ଅବୁଝା ଶବ୍ଦ ପ୍ରେମ
ବାବୁଲା ଏବେ ଠୁ ଏମିତି ବଡ଼ ହେଲେ କେଜାଣି କେମିତି
ଏହା ମାନେ କଣ
ସେଦିନଠୁ ଆଉ କାହାକୁ ଚୁମା ଦେଉନି ବାବୁଲା
ନା ଟମି ନା ଜାମି ନା ବୋଉକୁ
ତଥାପି ବୋଉ କହୁଛି ଗେଲ କରେ ଚୁମା ଦେଇ
ବୋଉକୁ କରିଦିଏ ଚୁମା ଆଉ କହେ
ମୁଁ ତତେ ପ୍ରେମ କରୁଛି କି ବୋଉ??
ବୋଉ ଶୁଣିକି ବୋକ ଦିଏ କହେ ହଁ
ତ ଅନ୍ୟମାନଙ୍କୁ କାହିଁକି ନୁଁହଁ??
ବୋଉ ମୋ ମୁଁହକୁ ଚାହେଁ
କିଛି ପ୍ରଶ୍ନର ଉତ୍ତର ଦିଏନା
ସବୁ ପ୍ରଶ୍ନର ଉତ୍ତର ବୋଉ ଜାଣିନି
ବାପାଙ୍କୁ ପଚାରିଲେ ବାପା କୁହନ୍ତି ବାଳୁଙ୍ଗା
ଜେଜେ ମାଆ କୃଷ୍ଣଙ୍କୁ ବାଳୁଙ୍ଗା ଠାକୁର କହେ
ସେ କଣ ଜେଜେମାଙ୍କୁ ଚୁମା ଦିଅନ୍ତିକି
ନାନୀକୁ ପଚାରିଲେ ସେ ଗାଲ ଚିପି ଦିଏ
ଭାଇକୁ ପଚାରିଲେ ବାଡାଏ କାହିଁକି
ନାନୀ ଭଲ ଭାଇ ବାଳୁଙ୍ଗା
ଏମିତି କାହିଁକି ବାବୁଲାର ମନେହୁଏ
ସେ ଜାଣିନି ଜମା
ଭାବିଛି ପଚାରିବ ଲୋପାକୁ
ସେ କଣ ଜାଣିଥିବ ଉତ୍ତର କେଜାଣି ଥରେ ପଚାରି
ପଛରେ ସରି କହିଦେଲେ ନିଶ୍ଚେ ଠିକ ହେବ
ବାବୁଲା ତଥାପି କାହିଁକି ଲୋପାକୁ କିଛି ପଚାରୁନଥିଲା ।
