ପରଂବ୍ରହ୍ମ
ପରଂବ୍ରହ୍ମ
1 min
281
ଜଗତନାଥ ହେ ଜଗତ ସାଇଁ
କୃପା ବାରେ କର ଭକତ ସାଇଁ।।
ତୁମେତ ଅନାଥ ଜନଙ୍କ ନାଥ
ତୁମେ ଆଦି ଅନ୍ତ ତୁମେ ହିଁ ପଥ।।
କରୁଣାରେ ତୁମ ଚଳେ ଜଗତ
ପରଂବ୍ରହ୍ମ ତୁମେ ଜଗତେ ସତ୍ୟ।।
ତୁମ ବିନା ନାହିଁ ମୁକତି ଗତି
ଅଶାନ୍ତ ମନରେ ତୁମେହିଁ ଶାନ୍ତି।।
ତବ ନାମ ଜପି ଚାଲିଲେ ବାଟ
ଦୂର ହୋଇଥାଏ ଜୀବନୁ କଷ୍ଟ।।
ଦରଶନ ଦିଅ କଳା ଠାକୁର
ପୂରିଯିବ ସବୁ କାମନା ମୋର।।
