STORYMIRROR

PUSPALATA SAHOO

Others

4  

PUSPALATA SAHOO

Others

ପରଂବ୍ରହ୍ମ

ପରଂବ୍ରହ୍ମ

1 min
284

ଜଗତନାଥ ହେ ଜଗତ ସାଇଁ

କୃପା ବାରେ କର ଭକତ ସାଇଁ।।

ତୁମେତ ଅନାଥ ଜନଙ୍କ ନାଥ

ତୁମେ ଆଦି ଅନ୍ତ ତୁମେ ହିଁ ପଥ।।

କରୁଣାରେ ତୁମ ଚଳେ ଜଗତ

ପରଂବ୍ରହ୍ମ ତୁମେ ଜଗତେ ସତ୍ୟ।।

ତୁମ ବିନା ନାହିଁ ମୁକତି ଗତି

ଅଶାନ୍ତ ମନରେ ତୁମେହିଁ ଶାନ୍ତି।।

ତବ ନାମ ଜପି ଚାଲିଲେ ବାଟ

ଦୂର ହୋଇଥାଏ ଜୀବନୁ କଷ୍ଟ।।

ଦରଶନ ଦିଅ କଳା ଠାକୁର

ପୂରିଯିବ ସବୁ କାମନା ମୋର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍